ନିଜ ବିବାହରେ ମା’ଙ୍କୁ ବି ଡାକି ନ ଥିଲେ ସୈଫ

ବମ୍ବେ: ନବାବ ଘରର ପୁଅ। ହେଲେ ଲୁଚିଲୁଚି କରିଥିଲେ ବିବାହ। ଆମେ କହୁଛି ଅଭିନେତା ସୈଫ ଅଲ୍ଲୀ ଖାଁଙ୍କ କଥା। ଅଭିନେତ୍ରୀ ଅମୃତା ସିଂହଙ୍କୁ ପ୍ରଥମ ବିବାହ କରିଥିଲେ ସେ। ହେଲେ ଏହି ବିବାହକୁ ସେ ନିଜ ମା’ଙ୍କୁ ବି ଡାକି ନ ଥିଲେ। ବେଶ ଲୁଚାଛପାରେ ବିବାହ ଅନୁଷ୍ଠିତ ହୋଇଥିଲା। ପରେ ଶର୍ମିଳା ଟାଗୋର ଏକ ସାକ୍ଷାତକାରରେ ପୁଅଙ୍କ ବିବାହକୁ ନେଇ ଏଭଳି ଘଟଣା ଉପରୁ ପରଦା ହଟାଇଥିଲେ।

ସୈଫ-ଅମୃତାଙ୍କ ବିବାହ ପରେ ସମସ୍ତେ ଉତ୍ସୁକତାର ସହ ଖବର ଦେବାକୁ ଚାହିଁଥିଲେ। ଅନେକ ଗଣମାଧ୍ୟମ ମା’ ଶର୍ମିଳାଙ୍କୁ ଯୋଗାଯୋଗ କରିଥିଲେ। ବିବାହ ହୋଇଛି ସତ, ହେଲେ ସେ ସେଠାରେ ଉପସ୍ଥିତ ନ ଥିବା କଥା କହିଥିଲେ।

ତେବେ ବିବାହ ପରେ ସୈଫଙ୍କ କ୍ୟାରିୟର ଖରାପ ହୋଇଯିବ ବୋଲି ଶର୍ମିଳାଙ୍କୁ ଲାଗିଥିଲା। ମାତ୍ର ଏହାର ପ୍ରଭାବ କେବେ ବି ପଡ଼ିବ ନାହିଁ ବୋଲି ଅମୃତା ତାଙ୍କୁ କହିଥିଲେ।

Share