ହାଇଦ୍ରାବାଦ,୨୫ା୧: ଓ୍ବାଇଏସ୍ଆର୍ ତେଲଙ୍ଗାନା ପାର୍ଟି ଅଧ୍ୟକ୍ଷା ଓ୍ବାଇ.ଏସ୍. ଶର୍ମିଲାଙ୍କ ପ୍ରଜା ପ୍ରସ୍ଥାନମ୍ ପଦଯାତ୍ରା ଦୁଇ ମାସ ବନ୍ଦ ରହିବା ପରେ ଆସନ୍ତା ୨୮ ତାରିଖରୁ ପୁଣିଥରେ ତେଲଙ୍ଗାନାରେ ଆରମ୍ଭ ହେବାକୁ ଯାଉଛି। ରାଜ୍ୟ ସରକାର ଯେଉଁଠାରେ ତାଙ୍କ ପଦଯାତ୍ରାକୁ ରୋକିଥିଲେ, ସେହିଠାରୁ ହିଁ ଏହା ଆରମ୍ଭ ହେବ। କେ. ଚନ୍ଦ୍ରଶେଖର ରାଓ (କେସିଆର୍) ସରକାରଙ୍କ ଶାସନ ବିରୋଧରେ ତାଙ୍କ ଲଢ଼େଇ ଜାରି ରହିବ ବୋଲି ଶର୍ମିଲା ଘୋଷଣା କରିଛନ୍ତି। ୯ ବର୍ଷର ଶାସନ କାଳରେ କେସିଆର୍ ରାଜ୍ୟବାସୀଙ୍କୁ ଦୁର୍ଗତି ମଧ୍ୟକୁ ଠେଲିଦେଇଥିବା ଓ୍ବାଇଏସ୍ଆର୍ ତେଲଙ୍ଗାନା ପାର୍ଟି ଅଧ୍ୟକ୍ଷା କହିଛନ୍ତି।