ଜେଲ ଗଲେ ଶର୍ମିଷ୍ଠା,ଝୁନୁ

ଭୁବନେଶ୍ୱର,୭।୪(ବ୍ୟୁରୋ): କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁ ହତ୍ୟା ମାମଲାରେ ବିଚାର ବିଭାଗୀୟ ହାଜତକୁ ଗଲେ ଶର୍ମିଷ୍ଠା ରାଉତ୍‌ ଓ ତାଙ୍କ ସହଯୋଗୀ ଝୁନୁ ଭୋଇ। ଦ୍ୱିତୀୟ ପର୍ଯ୍ୟାୟ ୩ ଦିନିଆ ରିମାଣ୍ଡ ସରିବା ପରେ ଗୁରୁବାର କ୍ରାଇମ୍‌ବ୍ରାଞ୍ଚ ଉଭୟଙ୍କୁ କୋର୍ଟରେ ହାଜର କରିଥିଲା। ବୁଧବାର ସେମାନଙ୍କ ରିମାଣ୍ଡ ଅବଧି ଶେଷ ହୋଇଥିଲା।
ତେବେ ଯେଉଁ ମେମୋରି ଚିପ୍‌ କୁ ନେଇ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ତାହା ଏବେ କେଉଁଠି ତାର ଠୋସ ପ୍ରମାଣ ମିଳିନାହିଁ । କ୍ରାଇମ୍‌ବ୍ରାଞ୍ଚ ମାନସଙ୍କ ରଣପୁର ସ୍ଥିତ ଘର ଏବଂ ଭୁବନେଶ୍ବରରେ ମାନସ ରହୁଥିବା ସ୍ଥାନରେ ଚିପ୍‌ ଖୋଜାଖୋଜି କରିଥିଲେ ମଧ୍ୟ ମିଳି ନ ଥିଲା।

Share