କଟକ ଅଫିସ, ୨୨।୩: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କୁ ୪ ସପ୍ତାହ ଭିତରେ କୋର୍ଟରେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ମଙ୍ଗଳବାର ଶର୍ମିଷ୍ଠାଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଥିଲେ।
ଖବର ଅନୁଯାୟୀ, ଗତ ଫେବୃୟାରୀ ୨୩ରେ ଶର୍ମିଷ୍ଠା ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। ଗତ ୧୬ ତାରିଖରେ ଏହି ମାମଲାର ଶୁଣାଣି ହୋଇଥିଲା, ତେବେ ଏହା ଏକ ସମ୍ବେଦନଶୀଳ ମାମଲା ଏବଂ ଆବେଦନକାରୀ ମାମଲାର ମୁଖ୍ୟ ଅଭିଯୁକ୍ତ ତେଣୁ ବର୍ତ୍ତମାନ ପରିସ୍ଥିତିରେ ଜାମିନ ଦେବା ଉଚିତ ହେବନାହିଁ ବୋଲି ସରକାରୀ ଓକିଲ ଯୁକ୍ତି ରଖିଥିଲେ । ସେପଟେ ଆବେଦନରେ ତ୍ରୁଟି ଥିବା ଦର୍ଶାଇ ହାଇକୋର୍ଟ ଆଗୁଆ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ।