ଭୁବନେଶ୍ୱର,୪।୪(ବ୍ୟୁରୋ): ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ପୋଲିସକୁ ସମ୍ପୂର୍ଣ୍ଣ ପ୍ରମାଣ ମିଳିିନାହିଁ। ତେବେ କ୍ରାଇମବ୍ରାଞ୍ଚ ସୋମବାରଠୁ ଶର୍ମିଷ୍ଠା ଓ ଝୁନା ଭୋଇଙ୍କୁ ୩ ଦିନିଆ ରିମାଣ୍ଡରେ ନେବ । ଦ୍ବିତୀୟ ପର୍ଯ୍ୟାୟର ୩ ଦିନିଆ ରିମାଣ୍ଡର ଆଜି ପ୍ରଥମ ଦିନ। ପୂର୍ବରୁ ରିମାଣ୍ଡରେ ଯାଇଥିବା ଶର୍ମିଷ୍ଠା ସିନ୍ ରିକ୍ରିଏଶନ ବେଳେ ସେ ମାନସଙ୍କୁ ମାରିଥିବା ନେଇ କହିଥିଲେ। ହେଲେ କାହିଁକି ମାରିଥିଲେ ସେନେଇ ସେ କୌଣସି ସୂଚନା ଦେଇ ନ ଥିଲେ। ଅଧିକ ତଥ୍ୟ ପାଇବା ନେଇ କ୍ରାଇମ୍ବ୍ରାଞ୍ଚ ରବିବାର ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରଥିଲା, କିନ୍ତୁ ଚାନ୍ଦବାଲି ଜେଏମ୍ଏଫ୍ସି କୋର୍ଟ ୩ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ।