ନୂଆଦିଲ୍ଲୀ,୧୯।୭: ବିରୋଧୀ ମେଣ୍ଟ ‘ଇଣ୍ଡିଆ’କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏହି କ୍ରମରେ କଂଗ୍ରେସ ନେତା ତଥା ଦିବଂଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ୨୬ ଦଳଙ୍କ ଏହି ମେଣ୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
ବୁଧବାର ଶର୍ମିଷ୍ଠା ଟୁଇଟ୍ କରି କହିଛନ୍ତି, ଆମ ଦେଶର ନାମ କୌଣସି ବ୍ୟକ୍ତି ତଥା ଦଳରୁ ବହୁତ ବଡ଼। ବିରୋଧୀଙ୍କ ‘ଇଣ୍ଡିଆ’ ନାମ ରଚନାତ୍ମକ। ଏହି ମେଣ୍ଟ ଯଦି ଅସଫଳ ହୁଏ ଅଥବା ଭାଙ୍ଗିଯାଏ ତେବେ କ’ଣ ହେବ। କ’ଣ ସେନେଇ ଖବର ପ୍ରକାଶ ପାଇବ ‘ଇଣ୍ଡିଆ ବିଫଳ ହେଲା, ଇଣ୍ଡିଆ ଭାଙ୍ଗି ଗଲା’। କୌଣସି ମେଣ୍ଟ, ଦଳ ଏବଂ ନେତାକୁ ଦେଶକୁ ନେଇ ଏଭଳି କରିବା ଉଚିତ ନୁହେଁ। କାରଣ ଆମ ଦେଶ ଏସବୁରୁ ବହୁତ ବଡ଼ ବୋଲି ସେ କହିଛନ୍ତି।
I.N.D.I.A.-Creative & Provocative!
But what if d alliance fails/ breaks up? News will be ‘INDIA fails, INDIA breaks up’?
No pol alliance/party/leader shd b made synonymous to the nation- literally or metaphorically! Our country India is much greater than any person or entity.
— Sharmistha Mukherjee (@Sharmistha_GK) July 19, 2023