ମେ’ ୮ରେ ଟାଇଗର ୩ର ଶୁଟିଂ ଆରମ୍ଭ କରିବେ ସଲମାନ-ଶାହାରୁଖ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ ଏଡ୍ରେନାଲାଇନ ପଂପିଙ୍ଗ ଆକ୍ସନ ସିକ୍ୱେଏନ୍ସ ଜରିଆରେ ଟାଇଗର ଫ୍ରାଞ୍ଚାଇଜରେ ପ୍ରବେଶ କରିବାକୁ ପ୍ରସ୍ତୁତ ହୋଇଗଲେଣି। ଶାହାରୁଖ ଓ ସଲମାନ ଖାଁ ମେ’ ୮ରୁ ଟାଇଗର ୩ର ଶୁଟିଂ ପାଇଁ ଗୋଟିଏ ସେଟରେ ଏକାଠି ହେବାକୁ ଯାଉଛନ୍ତି। ଏକ ସୂତ୍ରର ସୂଚନା ଅନୁଯାୟୀ, ଭାରତୀୟ ସିନେମା ଇତିହାସରେ ଦୁଇ ସୁପରଷ୍ଟାର ସଲମାନ ଖାଁ ଓ ଶାହାରୁଖ ଖାଁ ଆଦିତ୍ୟ ଚୋପ୍ରାଙ୍କ ସ୍ପାଇ ୟୁନିଭର୍ସ ପାଇଁ ପୁଣି ଏକାଠି ଆସୁଛନ୍ତି, ଆଉ ପୁଣି ଏମାନଙ୍କୁ ଏକାଠି ଦେଖିବାକୁ ଶୁଟିଂର ତାରିଖ ମେ’ ୮ ସ୍ଥିର କରାଯାଇଛି। ଟାଇଗର ୩ର ସେଟରେ ସେତେବେଳେ ଶକ୍ତି ଆସିବ ଯେତେବେଳେ ଏହି ଦୁଇ ମେଗାଷ୍ଟାର ଶୁଟିଂ ଫ୍ଲୋରରେ ପାଦ ରଖିବେ।
ବିଶେଷ ସୂତ୍ରର ସୂଚନା ଅନୁଯାୟୀ, ଏହି ଦୁଇ ମେଗାଷ୍ଟାର ଟାଇଗର ୩ର କିଛି ଆକ୍ସନ ସିକ୍ୱେନ୍ସ ଏକାଠି କରିବେ। ଏହା ଟାଇଗରର ଟାଇମ ଲାଇନରେ ପଠାନର ଏଣ୍ଟ୍ରି ହୋଇଥିବାରୁ ଏହି ସ୍ବିକ୍ୱେନ୍ସ ଦେଖିବା ଯୋଗ୍ୟ ବୋଲି କୁହାଯାଉଛି।
ଟାଇଗର ୩ରେ ସଲମାନ ଖାଁ, କ୍ୟାଟ୍ରିନା କୈଫ ଓ ଇମ୍ରାନ ହାସମି ଲିଡ ରୋଲରେ ଅଛନ୍ତି। ଏହି ଫିଲ୍ମ ଦିଓ୍ବାଲିରେ ରିଲିଜ ହେବାକୁ ଯୋଜନା ରହିଛି।

Share