ପୁରୁଷୋତ୍ତମପର,୧୪।୩ (ସିମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶାଶନପଲ୍ଲୀ ଗ୍ରାମରେ ଦୀର୍ଘଦିନଧରି ଲାଗିରହିଥିବା ବିବାଦୀୟ ପରିସ୍ତିତିକୁ ନେଇ ସମଗ୍ର ଗ୍ରାମ ଆଶାନ୍ତ ହୋଇପଡଛି। ଫଳରେ ଥାନାରେ ବହୁମାମଲା ମାନ ବଢି ଚାଲିଛି । ଏହାକୁନେଇ କିପରି ଗ୍ରାମରେ ଶାନ୍ତିପ୍ରତିଷ୍ଟା ହେବ ସମସ୍ତେ ଭାଇଚାରାରସହ ମିଳିମିଶି ରହିବେ ସେନେଇ ପୁରୁଷତ୍ତମପୁର ଏସଡିପିଓ ଡ.ଦୀପକକୁମାରମିଶ୍ରଙ୍କ ତତ୍ୱାବଧାନରେ ଶୁକ୍ରବାର ସନ୍ଧ୍ୟାରେ ଉଭୟ ଗୋଷ୍ଠୀଙ୍କୁ ନେଇ ଥାନା ପରିଷରରେ ଏକ ସଚେତନତା କାର୍ଯ୍ୟକ୍ରମ ସହ ଶାନ୍ତି କମିଟି ଗଠନ ହୋଇଛି। ଏଥିରେ ଥାନା ଆଇଆଇସି ରାଜେଶ କୁମାର ନାୟକ,ଏସଆଇ ଆଦିତ୍ୟ କୁମାର ପାତ୍ର, ଭାଟକୁମରଡା ସମିତସଭ୍ୟ କୋରାନାଥ ସ୍ବାଇଁ ଯୋଗଦେଇଥିଲେ। କିପର ସମସ୍ତେ ମିଳିମିଶି ରହିବେ ସେ ନେଇ ଏସଡିପିଓ ଡ.ମିଶ୍ର ସମସ୍ତଙ୍କୁ ବିଭିନ୍ନ ପରାମର୍ଶ ମାନ ଦେଇ ଉଭୟ ପକ୍ଷଙ୍କୁନେଇ ଏକ ଶାନ୍ତି କମିଟି ଗଠନ କରିଛନ୍ତି।