ନିଜ ଫିଲ୍ମରେ ବିଗ୍‌ ବିଙ୍କ ସିନ୍‌ କାଟି ଦେଇଥିଲେ ଏହି ଅଭିନେତା, ପରେ ଅମିତାଭ କରିଥିଲେ ଏମିତି

ବଲିଉଡର ଭେଟେରାନ ଅଭିନେତା ଶଶି କପୁରଙ୍କୁ ଦୁନିଆରୁ ବିଦାୟ ନେବାର ଅନେକ ବର୍ଷ ହୋଇଗଲାଣି। ମାତ୍ର ତାଙ୍କ ସହ ଜଡିତ କିଛି କାହାଣୀ ପ୍ରାୟତଃ ମନେ ପଡ଼ିଥାଏ । ସେ ଅନେକ ହିଟ୍‌ ଫିଲ୍ମରେ କାମ କରିଛନ୍ତି। ଶଶି ବିଗ୍‌ବି ଅମିତାଭଙ୍କ ସହ ଅନେକ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ଉଭୟଙ୍କ ଯୋଡିକୁ ଦର୍ଶକ ଖୁବ୍‌ ପସନ୍ଦ କରନ୍ତି। ଏକ ସମୟ ଥିଲା ଯେତେବେଳେ ଶଶି ଫିଲ୍ମରୁ ଅମିତାଭଙ୍କ ଏକ ସିନ୍‌ କାଟିଥିଲେ। ହେଲେ ସେ ଏପରି କାହିଁକି କରିଥିଲେ ଜାଣନ୍ତୁ।

ଅମିତାଭ ଫିଲ୍ମ ‘ସାତ୍‌ ହିନ୍ଦୁସ୍ତାନୀ’ରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏହି ସମୟରେ ଶଶି ହିନ୍ଦୀ ସିନେମାର ଜଣେ ପ୍ରସିଦ୍ଧ କଳାକାର ଥିଲେ। କାମ ଆଶାରେ ଅମିତାଭ ପ୍ରାୟତଃ ତାଙ୍କ ଫିଲ୍ମରେ ସେଟକୁ ଯାଉଥିଲେ। ଶଶି ଅମିତାଭଙ୍କୁ ଅନେକ ଫିଲ୍ମ ନିର୍ମାତାଙ୍କ ସହ ପରିଚିତ କରାଇଥିଲେ।

ଥରେ ଏକ ଫିଲ୍ମରେ ଶଶି ଅନ୍ତିମ ସଂସ୍କାର ସିନ୍‌ ଶୁଟିଂ କରୁଥିଲେ। ଏ ନେଇ ଲୋକଙ୍କକ ଭିଡ଼ ଆବଶ୍ୟକ ଥିଲା। କେତେଜଣ ଅମିତାଭଙ୍କୁ ଏହି ଭିଡ଼ରେ ଠିଆ ହୁଅ ବୋଲି କହିଥିଲେ। ଚଳଚ୍ଚିତ୍ରରେ ସ୍ଥାନ ପାଇବାକୁ ସଂଘର୍ଷ କରୁଥିବା ଅମିତାଭଙ୍କୁ ଟଙ୍କା ଦରକାର ଥିଲା ତେଣୁ ସେ ମଧ୍ୟ ଭିଡ଼ର ଅଂଶ ହେବାକୁ ରାଜି ହୋଇଥିଲେ।

ଏହି ସିନ୍‌ ଶୁଟିଂ ଆରମ୍ଭ ସମୟରେ ଶଶି ଅମିତାଭଙ୍କୁ ଚାହିଁ ଏହା କରିବାକୁ ମନା କରିଥିଲେ। ସେ କହିଥିଲେ, ତୁମେ ଏଠାକୁ ହିରୋ ହେବାକୁ ଆସିଛ, ଭୁଲରେ ମଧ୍ୟ ଏତେ ଛୋଟ ଭୂମିକା କରିବ ନାହିଁ। ଏହା ତୁମର କ୍ୟାରିୟର ପାଇଁ ଭଲ ନୁହେଁ। ଶଶିଙ୍କ କଥା ଶୁଣିବା ପରେ ଅମିତାଭ ତାଙ୍କୁ ଟଙ୍କା ଦରକାର କହି ଏହି ସିନ୍‌ କରିବେ ବୋଲି କହିଥିଲେ। ଯଦି ଏହା କେବଳ ଟଙ୍କା ପାଇଁ କରୁଛ ତେବେ ମୋ ଠାରୁ ନେଇପାର, ହେଲେ ଏପରି କର ନାହିଁ ବୋଲି ଶଶି କହିଥିଲେ। ଅମିତାଭ ପରିଶ୍ରମ କରି ଟଙ୍କା ରୋଜଗାର କରିବାକୁ ଚାହୁଁଥିଲେ, ତେଣୁ ସେ ଶଶିଙ୍କ କଥା ଶୁଣି ନ ଥିଲେ । ସେହି ସିନ୍‌ କରି ଟଙ୍କା ନେଇ ଚାଲିଯାଇଥିଲେ।
ଶୁଟିଂ ଶେଷ ହେବା ପରେ ଶଶି ଫିଲ୍ମର ନିର୍ଦ୍ଦେଶକଙ୍କୁ କହିଥିଲେ ଯେ, ଏଠାରୁ ଚାଲିଯାଇଥିବା ବାଳକ ଅମିତାଭ ଏକ ଭିଡ଼ ଜମାଇବା ସିନ୍‌ କରିଥିଲେ। ଫିଲ୍ମ ଏଡିଟ ବେଳେ ତାଙ୍କର ସମସ୍ତ ସିନ୍‌ କାଟିଦେବେ। ନିର୍ଦ୍ଦେଶକ ମଧ୍ୟ ଏଥିରେ ରାଜି ହୋଇଥିଲେ ସେ ଅମିତାଭଙ୍କ ସିନ୍‌ କାଟି ଦେଇଥିଲେ। ଶଶି ଜାଣିଥିଲେ ଅମିତାଭ ବହୁତ ଆଗକୁ ଯିବେ। ଏସବୁ କରିବା ତାଙ୍କ କ୍ୟାରିୟର ପାଇଁ ଭଲ ନୁହେଁ। ଅମିତାଭ ପରେ ଶଶିଙ୍କୁ ଧନ୍ୟବାଦ ଦେଇଥିଲେ।

ସିନ୍‌ କାଟିବାର ମୁଖ୍ୟ ଉଦ୍ଦେଶ୍ୟ

Share