Categories: ଜାତୀୟ

ବଜେଟ୍‌କୁ ଓଦା ତାଳଫୋଟକା କହିଲେ ଶଶି ଥରୁର୍‌…

ନୂଆଦିଲ୍ଲୀ, ୧।୨ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଣାଯାଇଥିବା ୨୦୨୨ ବଜେଟ୍‌କୁ ନେଇ କଂଗ୍ରେସ କଟାକ୍ଷ କରିଛି। କଂଗ୍ରେସ ପକ୍ଷରୁ ଶଶି ଥରୁର୍‌ କହିଛନ୍ତି ଯେ, ବଜେଟ୍‌ ଏକ ଓଦା ତାଳଫୋଟକା। ଏଥିରେ ଦେଶର ସାଧାରଣ ଜନତା, ଖଟିଖିଆଙ୍କ ପାଇଁ କିଛି ନାହିଁ। ଦେଶରେ ଦରଦାମ୍‌ ହୁ ହୁ ହୋଇ ବଢ଼ି ଚାଲିଥିବାବେଳେ ବଜେଟ୍‌ ସମସ୍ତଙ୍କୁ ନିରାଶ କରିଛି।
ଦେଶର ସୀମାରେ ଉତ୍ତେଜନା ଲାଗି ରହିଥିବାବେଳେ ବଜେଟରେ ପ୍ରତିରକ୍ଷା କ୍ଷେତ୍ରକୁ କେତେ ଆବଣ୍ଟନ କରାଯାଇଛି ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ପ୍ରଦାନ କରାଯାଇ ନାହିଁ।

Share