Categories: ଜାତୀୟ

ଭାରତୀୟ ଛାତ୍ରଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ଶଶୀ ଥରୁର

ନୂଆଦିଲ୍ଲୀ,୧।୩: ୟୁକ୍ରେନରେ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି। ତେଣୁ ସେଠାରେ ଫସି ରହିଥିବା ଭାରତୀୟ ଛାତ୍ର ଓ ନାଗରିକଙ୍କୁ ରେସକ୍ୟୁ କରିବା ଲାଗି ଅପରେଶନ୍‌ ଗଙ୍ଗା ଅଭିଯାନକୁ ତ୍ୱରାନିତ୍ୱ କରାଯାଇଛି। ଇତିମଧ୍ୟରେ ମଙ୍ଗଳବାର ସକାଳେ ୟୁକ୍ରେନର ଖାର୍କ୍ୱିଭରେ ରୁଷିଆର ଗୁଳିରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ଛାତ୍ର ଜଣକ ହେଉଛନ୍ତି କର୍ନାଟକର ହାବେରୀ ଜିଲା ଚଲାଗେରୀର ୨୧ ବର୍ଷୀୟ ନବୀନ ଏସ୍‌ଜି। ଏନେଇ ବର୍ହିବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ତେବେ ଛାତ୍ରଙ୍କ ବିୟୋଗରେ କଂଗ୍ରେସର ବରିଷ୍ଠ ନେତା ତଥା ଏମ୍‌ପି ଶଶୀ ଥରୁର ଟୁଇଟ କରି ଶୋକ ପ୍ରକାଶ କରିଛନ୍ତି। ଏହା ଏକ ଭୟଙ୍କର ଦୁଃଖଦ ଘଟଣା। ପୀଡ଼ିତଙ୍କ ପରିବାର ଓ ଯେଉଁମାନେ ୟୁକ୍ରେନରେ ଫସିରହିଛନ୍ତି ସେମାନଙ୍କ ପାଇଁ ଥରୁର ଚିନ୍ତାବ୍ୟକ୍ତ କରିଛନ୍ତି। ସେମାନଙ୍କୁ ଘରକୁ ଫେରାଇ ଆଣିବା ପାଇଁ ଯଥା ସମ୍ଭବ ଉଦ୍ୟମ କରିବା ଉଚିତ ବୋଲି ଥରୁର କହିଛନ୍ତି।

Share