Categories: ଜାତୀୟ

‘ମୋଦି ଜଣେ ଚତୁର ରାଜନେତା’

ନୂଆଦିଲ୍ଲୀ,୭।୧୧:କଂଗ୍ରେସ ଏମ୍‌ପି ଶଶି ଥରୁର ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଶଂସା କରିଛନ୍ତି। ସେ ମୋଦିଙ୍କୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସହ ତୁଳନା କରିଛନ୍ତି। ରବିବାର ସେ କହିଛନ୍ତି ସର୍ଦ୍ଦାର ସମଗ୍ର ରାଷ୍ଟ୍ର ତଥା ଗୁଜରାଟୀଙ୍କ ପ୍ରତିନିଧିତ୍ୱ କରୁଥିଲେ। ମୋଦି ମଧ୍ୟ ତାଙ୍କ ଭଳି କାମ କରୁଛନ୍ତି। ମୋଦି ଜଣେ ଚତୁର ରାଜନେତା ବୋଲି ଥରୁର କହିଛନ୍ତି। ସେ ଏକ ଥା ନିଜ ପୁସ୍ତକ ‘Pride, Prejudice and Punditry: The Essential Shashi Tharoor’ରେ କହିଛନ୍ତି।
ଥରୁର ନିଜ ପୁସ୍ତକରେ କହିଛନ୍ତି, ନରେନ୍ଦ୍ର ମୋଦି ଏକ ଚତୁର ରାଜନେତା। ଗୁଜରାଟରୁ ମହାତ୍ମା ଗାନ୍ଧୀ ଏବଂ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପରେ ନିଜର ଏକ ପରିଚୟ ସୃଷ୍ଟି କରିଛନ୍ତି। ୨୦୧୪ରୁ ଏହା ଆରମ୍ଭ ହୋଇଥିଲା। ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ସେ ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି ଭଳି ପଟେଲଙ୍କ ୬୦୦ ଫୁଟ ଉଚ୍ଚ ମୂର୍ତ୍ତି ନିର୍ମାଣ ପାଇଁ ଦେଶବାସୀଙ୍କୁ ଲୁହା ଦାନ କରିବା ପାଇଁ ନିବେଦନ କରିଥିତ୍ଲେ। ୨୦୦୨ ଦଙ୍ଗା ପରେ ମୋଦିଙ୍କ ଛପି ଖରାପ ହୋଇଯାଇଥିଲା। କିନ୍ତୁ ପଟେଲଙ୍କ ଭଳି କଠୋର ଏବଂ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ନେଇ ନିଜର ମଳିନ ଛବିକୁ ପୁଣି ଥରେ ଶକ୍ତ କରିଥିଲେ ବୋଲି ଥରୁ ନିଜ ପୁସ୍ତକରେ କହିଛନ୍ତି।
ଏହାପୂର୍ବରୁ ଥରୁର ଦେଶରେ ଏକ କୋଟି ଟିକାକରଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଥିଲେ।

Share