Categories: ଜାତୀୟ

ଥରୁର ମାନୁ ନାହାନ୍ତି ଦଳୀୟ ନିୟମ!

କନ୍ନୁର,୨୭ ।୧୨: କେରଳ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ସୁଧାକରନ କହିଛନ୍ତି କଂଗ୍ରେସ ଏମ୍‌ପି ଶଶି ଥରୁରଙ୍କୁ ପାର୍ଟିର ନିୟମ ଭାଙ୍ଗିବାର କୌଣସି ଅଧିକାର ନାହିଁ । ଏପରି କଲେ ତାଙ୍କୁ ଦଳରୁ ବାହାର କରି ଦିଆଯିବ । ସୁଧାକରନ କହିଛନ୍ତି ଥରୁର ଦଳର ଜଣେ ନେତା ଶଶି ଥରୁର କଂଗ୍ରେସ ବା ଦଳ ନୁହେଁ । ତେଣୁ ତାଙ୍କୁ ସମସ୍ତ ନିୟମ ମାନିବାକୁ ପଡିବ । ‘ସେମି ହାଇସ୍ପିଡ ରେଲ କରିଡର’କୁ ବିରୋଧ କରି କଂଗ୍ରେସ ପକ୍ଷରୁ କେନ୍ଦ୍ରକୁ ଯେଉଁ ଚିଠି ଲେଖାଯାଇଥିଲା ଥରୁର ସେଥିରେ ହସ୍ତାକ୍ଷର କରିବାକୁ ମନା କରି ଦେଇଥିଲେ । ଏହାସହ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ ଖୋଲାଖୋଲି ଭାବେ ଥରୁର ପ୍ରଶଂସା କରିବାରୁ ଏବେ ସେ ଦଳର ନେତାଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ଟୁଇଟ୍ କରି ଥରୁର କହିଥିଲେ ରେଲୱେ ପରିଯୋଜନା ସମ୍ପର୍କରେ ଅଧ୍ୟୟନ ପରେ ସେ ହସ୍ତାକ୍ଷର କରିବେ ଓ ସବୁ କଥାକୁ ରାଜନୈତିକ ଦୃଷ୍ଟି କୋଣରୁ ଗ୍ରହଣ କରିବା ଉଚିତ

Share