Categories: ଜାତୀୟ

ସିଡବ୍ଲୁସିରେ ଶଶି ଥରୁର-ସଚିନ ସାମିଲ…

ନୂଆଦିଲ୍ଲୀ,୨୦।୮ : କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କ ନେତୃତ୍ୱରେ କଂଗ୍ରେସ ଦଳର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା କଂଗ୍ରେସ ଓ୍ବାର୍କିଂ କମିଟି(ସିଡବ୍ଲୁସି)ରେ ଅଦଳବଦଳ କରାଯାଇଛି। ଏଥିରେ ସଚିନ ପାଇଲଟ ଏବଂ ଶଶି ଥରୁରଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି।

ସଂଶୋଧିତ କଂଗ୍ରେସ କାର୍ଯ୍ୟକାରୀ କମିଟିରେ ବର୍ତ୍ତମାନ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ସଚିନ ପାଇଲଟ ଏବଂ ଶଶି ଥରୁରଙ୍କ ଭଳି ୩୯ ଜଣ ସଦସ୍ୟ ଅଛନ୍ତି। ସଚିନ ପାଇଲଟଙ୍କୁ ଏହି କମିଟିରେ ଅନ୍ତର୍ଭୁକ୍ତ କରିବାର ନିଷ୍ପତ୍ତି ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କ ସହ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ଥିବା ତିକ୍ତତାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ନିଆଯାଇଛି।

Share