Categories: ଜାତୀୟ

ଶଶି ଥରୁର କହିଲେ ପେଟ୍ରୋଲ ୬ ଟଙ୍କା

ନୂଆଦିଲ୍ଲୀ,୧୮।୨: ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ୧୦ ଦିନ ଧରି ଲଗାତର ବଢ଼ି ଚାଲିଛି। ଦେଶର କେତେକ ସ୍ଥାନରେ ପେଟ୍ରୋଲ ୧୦୦ ଟଙ୍କାରେ ବି ବିକ୍ରି ହେଉଛି। ଏହି ତୈଳଦର ବୃଦ୍ଧି ନେଇ ରାଜନେତାଙ୍କଠାରୁ ଆରମ୍ଭ କରି କ୍ରିକେଟର, ଅଭିନେତାମାନେ ମଧ୍ୟ ପ୍ରତିକ୍ରିୟା ଦେଉଛନ୍ତି।

କ୍ରିକେଟର ମନୋଜ ତିଓ୍ବାରୀ ପେଟ୍ରୋଲ ଲିଟର ୧୦୦ ଟଙ୍କା ପାର ହେବା ପରେ ଡିଜେଲ ସହିତ ଖେଳାଯାଇଥିବା ଏକ ସୁନ୍ଦର ଇଂନିସ ବୋଲି କହିଛନ୍ତି।

ସେହିପରି କଂଗ୍ରେସ ନେତା ଶଶି ଥରୁର ଏକ କାର୍ଟୁନ ଶେୟାର କରି ବାବା ରାମଦେବଙ୍କ ହିସାବରେ ମୁଣ୍ଡର ବାଳ ଯଦି ଠିଆ ହୋଇଯିବ ତେବେ ପେଟ୍ରୋଲ କେବଳ ୬ ଟଙ୍କା ବୋଲି ଜାଣିବ। ଏହି ଟୁଇଟ୍‌ ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେଉଛି।

ମହାନାୟକ ତଥା ବିଗ୍‌ ବି ଅମିତାଭ ବଚ୍ଚନ ପେଟ୍ରୋଲ ଦର ବୃଦ୍ଧି ନେଇ କୌଣସି ପ୍ରତିକ୍ରିୟା ଦେଇ ନ ଥିବାରୁ ଲୋକେ ତାଙ୍କୁ ଖୁବ୍‌ ଟ୍ରୋଲ କରୁଛନ୍ତି। ମେ’ ୨୦୧୨ର ତାଙ୍କର ଏକ ଟୁଇଟ୍‌ ଏବେ ଭାଇରାଲ ହେଉଛି। ଯେଉଁଥିରେ ଲେଖା ଅଛି, ରାମଚନ୍ଦ୍ର କହିଯାଇଛନ୍ତି, ଏମିତି କଳିଯୁଗ ଆସିବ ଗାଡ଼ି କିଣିବ କ୍ୟାଶରେ ଆଉ ପେଟ୍ରୋଲ ଆଣିବ ଋଣରେ। ଯାହାକୁ ନେଇ ସେ ବର୍ତ୍ତମାନ ଟ୍ରୋଲ ହେଉଛନ୍ତି।

Share