ନୂଆଦିଲ୍ଲୀ,୩।୧୦: କଂଗ୍ରେସ ଅଧ୍ୟକ୍ଷ ପଦର ପ୍ରାର୍ଥୀ ଶଶି ଥରୁର ଦଳ ସହ ଜଡିତ ଏକ ସଂଗଠନ ଅଲ୍ ଇଣ୍ଡିଆ ପ୍ରଫେସନାଲ କଂଗ୍ରେସର ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଦଳରେ ଜଣେ ବ୍ୟକ୍ତି, ଗୋଟିଏ ପଦ ନୀତି ଅନୁସାରେ ସେ ଏହି ଦାୟିତ୍ୱ ଛାଡିଛନ୍ତି ବୋଲି ସୋମବାର ଥରୁର କହିଛନ୍ତି। ସୋମବାର ଶଶି ଥରୁର ଟୁଇଟ କରି କହିଛନ୍ତି, ଯେଉଁମାନେ ପ୍ରଶ୍ନ କରୁଛନ୍ତି ମୁଁ ସେମାନଙ୍କୁ କହିବାକୁ ଚାହେଁ, ଗତ ମାସରୁ ପ୍ରଫେସନାଲ କଂଗ୍ରେସ ଅଧ୍ୟକ୍ଷ(ଏଆଇପିସି) ପଦରୁ ଇସ୍ତଫା ଦେଇଛି। ସେ ଏହି ଇସ୍ତଫା ପତ୍ର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ହସ୍ତାନ୍ତର କରିଛନ୍ତି। ଅନ୍ୟପଟେ ତାଙ୍କ ପ୍ରତିଦ୍ୱନ୍ଦୀ ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ନଭେମ୍ବର ୩୦ ନାମାଙ୍କନ ପତ୍ର ଦାଖଲ ଦିନ ହିଁ ରାଜ୍ୟ ସଭାର ବିରୋଧୀ ଦଳର ନେତା ପଦରୁ ଇସ୍ତଫା ଦେଇଥିଲେ।