Categories: ଜାତୀୟ

ଗୀତ ଗାଇଲେ କଂଗ୍ରେସ୍ ଏମ୍‌ପି ଶଶୀ ଥରୁର

ଶ୍ରୀନଗର,୬ ।୯: ଏଥର ଭିନ୍ନ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି କଂଗ୍ରେସ ଏମ୍‌ପି ଶଶୀ ଥରୁର । ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଗୀତ ଗାଇବାର ଭିଡିଓ ଶେୟାର କରିଛନ୍ତି । ସେ ଗାଉଛନ୍ତି, ‘ଏକ ଅଜନବି ହସିନା ସେ ମୁଲକାତ ହୋ ଗୟି’… । ଥରୁରଙ୍କ ଏହି ଭିଡିଓ ଅଢେଇ ମିନିଟର ହୋଇଥିବା ବେଳେ ଥରୁର ଶାଲ ଘୋଡାଇ ହୋଇ ମୁହଁରେ ସ୍ମିତ ହାସ୍ୟ ଦେଇ ମନଖୋଲି ଗୀତଟି ଗାଉଛନ୍ତି । କଂଗ୍ରେସ ନେତା ଟୁଇଟରରେ ଏହାକୁ ଶେୟାର କରିଛନ୍ତି । ଥରୁର ଏହି ଗୀତଟି ଆଇଟି ଉପରେ ପ୍ର୍‌ସ୍ତୁତ ସଂସଦୀୟ ସମିତି ପାଇଁ ଦୁରଦର୍ଶନ ଶ୍ରୀନଗର ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଗାଇଛନ୍ତି । ଏହାକୁ ଶେୟାର କରି ଥରୁର ଲେଖିଛନ୍ତି ଗୀତଟି ପାଇଁ ସେ କୌଣସି ରିହରସାଲ କରି ନାହାନ୍ତି । ବାସ୍ ଲୋଳେ ଅନୁରୋଧ କଲେ ଆଉ ସେ ଗାଇଦେଲେ । ସେ ତାଙ୍କର ଗୀତକୁ ଏନଜୟ କରିବାକୁ କହିଲେ । ଉକ୍ତ ଭିଡିଓରେ ଦେଖାଯାଇଛି କି ଥରୁର ସ୍ମିତ ହାସ୍ୟ ଦେଇ ଗୀତ ଗାଇବା ସହ ନିଜ ଫୋନରେ ଲିରିକ୍ସ ଦେଖି ଗାଉଛନ୍ତି । ‘ଏକ ଅଜନବୀ ହସିନା ସେ ମୁଲାକାତ ହୋ ଗୟି’… ଗୀତଟି ୧୯୭୪ରେ ଆସିଥିବା ଫିଲ୍ମ ‘ଅଜନବି’ର । ଏହାକୁ କିଶୋର କୁମାର ଗାଇଥିବା ବେଳେ ଆର୍ ଡି ବର୍ମନ କମ୍ପୋଜ କରିଥିଲେ ଓ ଆନନ୍ଦ ବକ୍ସିଙ୍କ ଲେଖା । ଏହାକୁ ରାଜେଶ ଖାନ୍ନା ଓ ଜିନତ ଅମାନଙ୍କୁ ନେଇ ପିକ୍‌ଚରାଇଜ କରାଯାଇଥିଲା ।

Share