Categories: ଜାତୀୟ

‘ମୋ ପାଇଁ ସେ ପିଲା ପରି’; ମହୁଆ ମୋଇତ୍ରାଙ୍କ ସହିତ ଫଟୋ ଭାଇରଲ ହେବା ପରେ ରାଗିଲେ ଶଶୀ ଥରୁର, କହିଲେ…

ନୂଆଦିଲ୍ଲୀ, ୨୩।୧୦ : ତୃଣମୂଳ କଂଗ୍ରେସ(ଟିଏମସି) ଏମପି ମହୁଆ ମୋଇତ୍ରାଙ୍କ ଫଟୋ ଭାଇରଲ ହେବା ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ଏମପି ଶଶୀ ଥରୁର। ଏହାକୁ ଅତ୍ୟନ୍ତ ନିମ୍ନ ସ୍ତରର ରାଜନୀତି ବୋଲି କହିଛନ୍ତି।

ଥରୁର କହିଛନ୍ତି ଯେ ମହୁଆ ମିତ୍ର ତାଙ୍କଠାରୁ ଅନେକ ବର୍ଷ ସାନ। ସେ ତାଙ୍କୁ ଏକ ପିଲାଭଳି ଦେଖନ୍ତି। କେରଳର କୋଟାୟମରେ ଗଣମାଧ୍ୟମ ସହ ସେ କଥାବାର୍ତ୍ତା ବେଳେ ସେ ଏହା କହିଛନ୍ତି।

ଭାଇରାଲ ହେଉଥିବା ଫଟୋ ଗୁଡ଼ିକ ହେଉଛି ମହୁଆ ମୋଇତ୍ରାଙ୍କ ଜନ୍ମଦିନରେ ଆୟୋଜିତ ପାର୍ଟିର। ଏହି ଫଟୋ ସେତେବେଳେ ନିଆଯାଇଥିଲା। ବର୍ତ୍ତମାନ ଏହି ଫଟୋ ବିଷୟରେ କୁହାଯାଉଛି ଯେ ଏହା ଏକ ଗୁପ୍ତ ବୈଠକ, ଯାହା ସମ୍ପୂର୍ଣ୍ଣ ଭୁଲ୍। ମହୁଆ ମୋ ଠାରୁ 10 ରୁ 20 ବର୍ଷ ସାନ। ସେହି ପାର୍ଟୀରେ 15 ଜଣ ଲୋକ ଉପସ୍ଥିତ ଥିଲେ। ମୋ ଭଉଣୀ ମଧ୍ୟ ସେ ପାର୍ଟିକୁ ଆସିଥିଲେ।

ଏହା ବ୍ୟତୀତ ଥରୁର କହିଛନ୍ତି ଯେ ମୁଁ ଟ୍ରୋଲକୁ ଅଧିକ ଗୁରୁତ୍ୱ ଦେଉ ନାହିଁ। ମୋର ପ୍ରାଥମିକତା ହେଉଛି ଲୋକଙ୍କ ପାଇଁ କାମ କରିବା। ଫଟୋ ଭାଇରାଲ ହେବା ପରେ ଟିଏମସି ଏମପି ମହୁଆ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଫଟୋଗୁଡ଼ିକ କୌଣସି ପ୍ରସଙ୍ଗ ବିନା ପ୍ରସାରିତ ହୋଇଛି।

 

 

Share