Categories: ଜାତୀୟ

ବିରୋଧୀ ମେଣ୍ଟ ‘ଇଣ୍ଡିଆ’ରେ ଫାଟ, ବାମପନ୍ଥୀ ଛାତ୍ରଙ୍କୁ ଗୁଣ୍ଡା କହିଲେ ଥରୁର୍‌

ନୂଆଦିଲ୍ଲୀ,୧୨।୧୨: କେରଳ ରାଜ୍ୟପାଳ ଆରିଫ୍‌ ମହମ୍ମଦ ଖାନଙ୍କ କାର ଉପରେ ଆକ୍ରମଣ ଉଦ୍ୟମ ମାମଲାରେ କଂଗ୍ରେସ ଏମପି ଶଶି ଥରୁର ଟିପ୍ପଣୀ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ରେ ଫାଟ ସୃଷ୍ଟି କରିଛି। ଏହି ଘଟଣାରେ ରାଜ୍ୟପାଳ ଆରିଫ୍‌ କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ୍‌ଙ୍କୁ ଟାର୍ଗେଟ କରିଛନ୍ତି।
ରାଜ୍ୟପାଳ କହିଛନ୍ତି, ମୋତେ ମାରିବା ପାଇଁ ମୁଖ୍ୟମନ୍ତ୍ରୀ ଲୋକ ପଠାଇଥିଲେ। ଏହାକୁ ନେଇ ରାଜ୍ୟପାଳଙ୍କୁ ସମର୍ଥନ କରିଛନ୍ତି କଂଗ୍ରେସ ଏମପି ଶଶି ଥରୁର।
ଥରୁର କହିଛନ୍ତି, ଏସଏଫଆଇ ଗୁଣ୍ଡା, ରାଜ୍ୟପାଳ ଆରିଫଙ୍କ କାରକୁ ଅଟକାଇ ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ଭୟରୁ ଏହିକଥା ଅନୁଭବ କରି ହେଉଛି। କମ୍ୟୁନିଷ୍ଟ ଶାସନରେ ପୋଲିସ ଆଇନ ବ୍ୟବସ୍ଥାକୁ ନଷ୍ଟ କରିବା ପାଇଁ ଏଜେଣ୍ଟ ପାଲଟିଛି। ରାଜ୍ୟପାଳଙ୍କ ଉପରେ ଆକ୍ରମଣ କରିବା ପାଇଁ ପୋଲିସ ଅନୁମତି ଦେଇଛି। ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରୁଥିବା ଛାତ୍ରୀଛାତ୍ରଙ୍କୁ ଗୁଣ୍ଡା ଭାବରେ ପ୍ରସ୍ତୁତ କରାଯାଉଛି। ଯାହା ଲଜ୍ଜ୍ୟାଜନକ ଅଟେ।

Share