Categories: ଜାତୀୟ

କପିଲ ସିବଲଙ୍କ ସପକ୍ଷରେ ଶଶି ଥରୁର

ନୂଆଦିଲ୍ଲୀ,୩୦।୯: କଂଗ୍ରେସ ବନାମ କଂଗ୍ରେସ କଳି ଘନେଇବାରେ ଲାଗିଛି। ଜି-୨୩ର ସଦସ୍ୟ କପିଲ ସିବଲ କଂଗ୍ରେସ ହାଇକମାଣ୍ଡଙ୍କ ଉପରେ ବର୍ଷିବା ପରେ ତାଙ୍କ ଘର ଉପରେ ଟମାଟର ମାଡ଼ କରାଯାଇଥିଲା। ଗୁରୁବାର କଂଗ୍ରେସର ଭେଟେରାନ ନେତାଙ୍କ ସପକ୍ଷରେ ଗୁରୁବାର ବାହାରିଛନ୍ତି ଶଶି ଥରୁର। ଥରୁର ଟୁଇଟ୍‌ କରି ଲେଖିଛନ୍ତି, ଏହା ଲଜ୍ଜାଜନକ। ସିବଲ ଜେଣ ସଚ୍ଚୋଟ କଂଗ୍ରେସ ନେତା। ସେ ଦଳ ପାଇଁ ଅନେକ ଆଇନଗତ ଲଢ଼େଇ ଲଢ଼ିଛନ୍ତି। ଗୋଟିଏ ଗଣତାନ୍ତ୍ରିକ ଦଳ ଭାବେ ଆମକୁ ତାଙ୍କ କଥା ଶୁଣିବା ଦରକାର। ସେଥିରେ ତୁମେ ଏକମତ ନ ହୋଇପାର, ମାତ୍ର ଏଭଳି ବାଟରେ ନୁହେଁ। ଭାଜପା ସହ ଲଢ଼ିବା ପାଇଁ ଆମେ କଂଗ୍ରେସର ଶକ୍ତି ବଢ଼ାଇବାକୁ ଗୁରୁତ୍ୱ ଦେଉଛୁ।

Share