Categories: ଜାତୀୟ

ପଦବୀ ଫେରିପାଇବା ପାଇଁ ଶଶିକଳା କୋର୍ଟର ଦ୍ୱାରସ୍ଥ

ଚେନ୍ନାଇ,୧୮।୨: ଆଗକୁ ତାମିଲନାଡୁରେ ବିଧାନସଭା ନିର୍ବାଚନ ଏହା ପୂର୍ବରୁ ରାଜ୍ୟ ରାଜନୀତି ଚଳଚଞ୍ଚଳ ହେବାରେ ଲାଗିଛି। ନିକଟରେ ଜେଲରୁ ଫେରିଥିବା ଭି.କେ. ଶଶିକଳା ଏଆଇଡିଏମ୍‌କେ ନିଜର ପୂର୍ବ ଶୀର୍ଷ ପଦବୀ ଫେରି ପାଇବା ପାଇଁ ମୁଖ୍ୟମନ୍ତ୍ରୀ ଇ.ପାଲାନିସାମି ଏବଂ ଉପମୁଖ୍ୟମନ୍ତ୍ରୀ ଓ. ପନିରସେଲଭାମ୍‌ଙ୍କ ବିରୋଧରେ ଚେନ୍ନାଇ କୋର୍ଟରେ ଏକ ଆବେଦନ କରିଛନ୍ତି। ତାଙ୍କୁ ଦଳର ମହାସଚିବ ପଦରୁ ହଟାଇବା ଲାଗି ୨୦୧୭ରେ ଇ.ପାଲାନିସାମି ଏବଂ ଓ. ପନିରସେଲଭାମ୍‌ଙ୍କ ଦ୍ୱାରା ଆୟୋଜିତ ହୋଇଥିବା ଏଆଇଡିଏମ୍‌କେ ଜେନେରାଲ କାଉନସିଲ ବୈଠକ ବିରୋଧରେ ପୂୂର୍ବରୁ ଶଶିକଳା ଏକ ମାମଲା ରୁଜୁ କରିଥିଲେ। ତେବେ ଏବେ ସେ ପୁଣି ନୂଆ ମାମଲା ଦାଖଲ କରି ଏହାର ଶୀଘ୍ର ଶୁଣାଣି ଦାବି କରିଛନ୍ତି। ଏହାର ଶୁଣାଣି ମାର୍ଚ୍ଚ ୧୫ରେ ହେବ ବୋଲି କୋର୍ଟ ପକ୍ଷରୁ କୁହାଯାଇଛି।

Share