Categories: ଖେଳ

‘ଦ୍ରାବିଡଙ୍କୁ ଏତେ ବ୍ରେକ୍‌ରେ ରହିବାର ଆବଶ୍ୟକତା କ’ଣ ଅଛି’

ନୂଆଦିଲ୍ଲୀ,୧୭।୧୧: ଭାରତୀୟ ଟିମ୍‌ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ଅଛି। ଉଭୟ ଟିମ୍‌ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଏବଂ ଟି୨୦ ସିରିଜ ଖେଳାଯିବ। ଏହି ସିରିଜ ଲାଗି ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡଙ୍କ ସମେତ ଅଧିନାୟକ ରୋହିତ ଶର୍ମା ଏବଂ ଅନ୍ୟ କିଛି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ରୋହିତଙ୍କ ଅନୁପସ୍ଥିତିରେ ଶିଖର ଧାଓ୍ବନ ଦିନିକିଆ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଟି୨୦ ସିରିଜର ନେତୃତ୍ୱ ନେବେ। ଅପରପକ୍ଷେ ଦ୍ରାବିଡଙ୍କ ଅନୁପସ୍ଥିତିରେ ଭିଭିଏସ୍‌ ଲକ୍ଷ୍ମଣ କୋଚ୍‌ ଭୂମିକା ନିର୍ବାହ କରିବା ବିସିସିଆଇ ସ୍ପଷ୍ଟ କରିଛି। ଏସବୁ ମଧ୍ୟରେ ଏବେ ଦ୍ରାବିଡଙ୍କ ବିଶ୍ରାମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ।

ଜଣେ କୋଚ୍‌କୁ ବ୍ୟବହାରିକ ହେବା ଉଚିତ। ଖେଳାଳିଙ୍କ ସହ ଅଧିକ ସମୟ ବିତାଇବା ଉଚିତ। ବାରମ୍ବାର ବ୍ରେକ୍‌ ନେବା ଅନାବଶ୍ୟକ। ପ୍ରଥମ ଥର ପାଇଁ ଦ୍ରାବିଡ ବିଶ୍ରାମ ନେଇନାହାନ୍ତି। ପୂର୍ବରୁ ଆୟରଲ୍ୟାଣ୍ଡ ଏବଂ ଜିମ୍ବାଓ୍ବେ ଗସ୍ତ ବେଳେ ମଧ୍ୟ ସେ ଦଳ ସହ ଯାଇ ନ ଥିଲେ। ଉଭୟ ସିରିଜରେ ଲକ୍ଷ୍ମଣ କାର୍ଯ୍ୟଭାର ସମ୍ଭାଳିଥିଲେ ବୋଲି ଶାସ୍ତ୍ରୀ ଏକ ସାକ୍ଷାତକାରରେ କହିଛନ୍ତି।

ଏହାଛଡ଼ା ସେ କହିଛନ୍ତି, ମୁଁ ବ୍ରେକ୍‌ ନେବାରେ ବିଶ୍ୱାସ କରେ ନାହିଁ। ସତ କହିବାକୁ ଗଲେ ଦ୍ରାବିଡଙ୍କୁ ଏତେ ବ୍ରେକ୍‌ର ଆବଶ୍ୟକତା କ’ଣ ରହିଛି। ଆଇପିଏଲ୍‌ ସମୟରେ ସେମିତିରେ ଦୁଇ ତିନି ମାସ ମିଳିଯାଉଛି। ଜଣେ କୋଚ୍‌ ଭାବେ ଆରାମ କରିବା ଲାଗି ଏହି ସମୟ ପର୍ଯ୍ୟାପ୍ତ ବୋଲି ସେ କହିଛନ୍ତି।

Share