କୋଲକାତା,୧୪।୩(ଆଇଏଏନ୍ଏସ୍): ପଶ୍ଚିମବଙ୍ଗରେ ଏପ୍ରିଲ ୧୨ରେ ହେବାକୁ ଥିବା ଉପନିର୍ବାଚନ ଲାଗି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶତ୍ରୁଘ୍ନ ସିହ୍ନା ଏବଂ ବାବୁଲ ସୁପ୍ରିୟୋଙ୍କୁ ପ୍ରାର୍ଥୀ ଘୋଷଣା କରିଛନ୍ତି। ଆସାନସୋଲ ଲୋକ ସଭା ଆସନ ଲାଗି ଶତ୍ରୁଘ୍ନ ଟିଏମ୍ସି ପ୍ରାର୍ଥୀ ହୋଇଥିବାବେଳେ ସୁପ୍ରିୟୋ ବଲ୍ଲିଗୁଙ୍ଗେ ବିଧାନସଭା ଆସନ ଲାଗି ଲଢ଼ିବେ। ଦୁଇଥର ଭାଜପାରୁ ଏମ୍ପି ହୋଇଥିବା ସୁପ୍ରିୟୋ ଦଳ ଛାଡ଼ି ଟିଏମ୍ସିରେ ଯୋଗଦେବା ପରେ ଆସାନସୋଲ ଆସନ ଖାଲିପଡ଼ିଥିଲା। ସେହିପରି ମନ୍ତ୍ରୀ ସୁବ୍ରତ ମୁଖାର୍ଜଙ୍କ ମୃତ୍ୟୁ ଯୋଗୁ ବଲ୍ଲିଗୁଙ୍ଗେ ବିଧାନସଭା ଆସନ ଖାଲି ହୋଇଥିଲା।