ସୋନାକ୍ଷୀଙ୍କ ବିବାହର ୫ ଦିନ ପରେ ଶତ୍ରୁଘ୍ନ ସିହ୍ନା ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ବମ୍ବେ: ଗତ କିଛି ଦିନ ଧରି ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ନିଜର ବିବାହକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ପ୍ରେମିକ ଜାହିର ଇକବାଲଙ୍କୁ ସେ ବିବାହ କରିଛନ୍ତି। ଏହାକୁ ନେଇ ଶୁଭେଚ୍ଛା ଏବଂ ଉତ୍ସବର ବାତାବରଣ ଜାରି ରହିଥିବା ବେଳେ ଏବେ ଏକ ଖରାପ ଖବର ସାମ୍ନାକୁ ଆସିଛି। ସୋନାକ୍ଷୀଙ୍କ ବାପା ତଥା ଅଭିନେତା ଶତ୍ରୁଘ୍ନ ସିହ୍ନା ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ନିକଟରେ ଅଭିନେତ୍ରୀଙ୍କୁ ଡାକ୍ତରଖାନା ବାହାରେ ଦେଖିବାକୁ ମିଳିଥିଲା। ସେବେଠାରୁ ସେ ଗର୍ଭବତୀ ଥିବା ଗୁଜବ ଉଠିଥିଲା। ହେଲେ ଏବେ ମାମଲା ଭିନ୍ନ ବୋଲି ଜଣାପଡ଼ିଛି। ବାପା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାରୁ ସୋନାକ୍ଷୀ ତାଙ୍କୁ ଭେଟିବାକୁ ପହଞ୍ଚିଥିବା ସ୍ପଷ୍ଟ ହୋଇଛି।

ରିପୋର୍ଟ ମୁତାବକ, ଶତ୍ରୁଘ୍ନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ସେ ନିଜର ରୁଟିନ୍‌ ଚେକ୍‌ଅପ୍‌ ପାଇଁ ଯାଇଥିଲେ। ପୂର୍ବରୁ ମଧ୍ୟ ଝିଅଙ୍କ ବିବାହରେ ଶତ୍ରୁଘ୍ନ ଖୁସି ନାହାନ୍ତି ବୋଲି ଚର୍ଚ୍ଚା ହୋଇଥିଲା। ହେଲେ ପରେ ତାହା ଭୁଲ ବୋଲି ଜଣାପଡ଼ିଥିଲା। ସେ ବିବାହରେ ସାମିଲ ହେବା ସହ ବେଶ ଖୁସି ଥିବା ନଜର ଆସିଥିଲେ।

Share