Categories: ଜାତୀୟ

ଟିଏମ୍‌ସିରେ ଯୋଗ ଦେଲେ ଶତ୍ରୁଘ୍ନ ସିହ୍ନା

କୋଲକାତା,୧୫।୩: ଅଭିନେତା ଶତ୍ରୁଘ୍ନ ସିହ୍ନା ମଙ୍ଗଳବାର ଭାରତୀୟ ଜାତୀୟ କଂଗ୍ରେସ ଛାଡି ତ୍ରୁଳମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ଏ ନେଇ ସିହ୍ନା ନିଜେ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ସିହ୍ନା ଭାରତୀୟ ଜନତା ଦଳର ଜଣେ ନେତା ଥିଲେ। ସେ ଆସନ୍ତା ବିଧାନସଭା ଉପନିର୍ବାଚନରେ ପଶ୍ଚିମବଙ୍ଗର ଆସନସୋଲରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଜଣାପଡିଛି। ଦଳରେ ଯୋଗ ଦେବା ପରେ ସିହ୍ନା ମମତାଙ୍କୁ ‘ପଶ୍ଚିମବଙ୍ଗର ବାଘୁଣୀ’ ବୋଲି କହିଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣରେ ଟିଏମ୍‌ସିରେ ଯୋଗ ଦେଇ ମୁଁ ଖୁସି ଅଛି। ସେ ଜଣେ ମହାନ ନେତା,ତାଙ୍କ ସହ କାମ କରିବାର ସୁଯୋଗ ମୋତେ ମିଳିଲା ବୋଲି ସେ ଟୁଇଟ୍‌ କରି କହିଛନ୍ତି।

Share