Categories: ଜାତୀୟ

ଟିଏମ୍‌ସିରେ ସାମିଲ ହୋଇପାରନ୍ତି ଶତ୍ରୁଘ୍ନ ସିହ୍ନା

କୋଲକାତା,୧୬।୭: ୟଶବନ୍ତ ସିହ୍ନାଙ୍କ ପରେ ଆଉ ଜଣେ ରାଷ୍ଟ୍ରୀୟ ନେତା ଶତ୍ରୁଘ୍ନ ସିହ୍ନା ଖୁବ୍‌ଶୀଘ୍ର କଂଗ୍ରେସର ହାତଛାଡ଼ି ତୃଣମୂଳ କଂଗ୍ରେସ(ଟିଏମ୍‌ସି)ରେ ସାମିଲ ହୋଇପାରନ୍ତି। ଶତ୍ରୁଘ୍ନଙ୍କ ସହ ଆଲୋଚନା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଯଦି ସବୁ ଠିକ୍‌ଠାକ୍‌ ରୁହେ ତେବେ ଜୁଲାଇ ୨୧ରେ ସେ ମମତା ବାନାର୍ଜୀଙ୍କ ସହ ହାତ ମିଳାଇପାରନ୍ତି ବୋଲି ଟିଏମ୍‌ସିର ଜଣେ ବରିଷ୍ଠ ନେତା କହିଛନ୍ତି। ନିକଟରେ ଶତ୍ରୁଘ୍ନ ଏକ ଟୁଇଟ ଜରିଆରେ ଭାଜପାରେ ଘର ବାହୁଡାର ସଙ୍କେତ ଦେଇଥିଲେ। କିନ୍ତୁ ବର୍ତ୍ତମାନ ଟିଏମ୍‌ସିର ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ଯେ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକାକି ଲଢ଼ି ବିଜୟ ହାସଲ କରିବା ସହ ରାଜ୍ୟରେ ଭାଜପାକୁ ଜିତିବାକୁ ଦେଇ ନ ଥିଲେ। ଯାହାଫଳରେ ବିହାରି ବାବୁ ଶତ୍ରୁଘ୍ନ ସିହ୍ନା ଟିଏମ୍‌ସି ପ୍ରତି ମନବୋଳାଇଛନ୍ତି ବୋଲି ଚର୍ଚ୍ଚା ହେଉଛି।

Share