Categories: ଜାତୀୟ

ଶହୀଦ୍‌ ବିକାଶ କୁମାର-କୁଳଦୀପ୍‌ କୁମାରଙ୍କୁ ଶୌର୍ଯ୍ୟ ଚକ୍ର…

ନୂଆଦିଲ୍ଲୀ, ୩୧।୫ : ସିଆରପିଏଫ୍‌ ୨୦୪ କୋବ୍ରା ବାଟାଲିୟନ କନଷ୍ଟେବଳ ଶହୀଦ୍‌ ବିକାଶ କୁମାରଙ୍କୁ ଅତୁଳନୀୟ ବୀରତା ଲାଗି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମରଣୋପରାନ୍ତ ଶୌର୍ଯ୍ୟ ଚକ୍ରରେ ସମ୍ମାନୀତ କରିଛନ୍ତି।

ରାଷ୍ଟ୍ରପତିି ଭବନରେ ଆୟୋଜିତ ଏକ ଉତ୍ସବରେ ଏହି ବୀରତା ସମ୍ମାନ ପ୍ରଦାନ କରାଯାଇଛି। ବିକାଶ କୁମାରଙ୍କ ସ୍ତ୍ରୀ ନନ୍ଦିନୀ ଦେବୀ ଏବଂ ମାତା କାଲେଶିଆ ଏହି ସମ୍ମାନ ଗ୍ରହଣ କରିଛନ୍ତି।

ସିଆର୍‌ପିଏଫ୍‌ ୧୧୮ ବାଟାଲିୟନ କନଷ୍ଟେବଳ ଶହୀଦ୍‌ କୁଲଦୀପ କୁମାରଙ୍କୁ ମରଣୋପରାନ୍ତ ଶୌର୍ଯ୍ୟ ଚକ୍ରରେ ସମ୍ମାନୀତ କରାଯାଇଛି। ତାଙ୍କ ସ୍ତ୍ରୀ ବୃନ୍ଦାବନ ଉରୱାନ ରାଷ୍ଟ୍ରପତିଙ୍କଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି।

Share