ଭାଙ୍ଗିଥିଲା ନିର୍ବନ୍ଧ; କେବଳ ଏହି ସର୍ତ୍ତରେ ବିବାହ କରିବାକୁ ହଁ ଭରିଥିଲେ ଅକ୍ଷୟ

ବମ୍ବେ: ଅଭିନେତ୍ରୀ ଟ୍ବିଙ୍କଲ ଖାନ୍ନା ଜଣେ ଅଭିନେତ୍ରୀ ଭାବେ ଯେତିକି ଖ୍ୟାତ ସେତିକି ଜଣେ ଲେଖିକା ଭାବେ ମଧ୍ୟ। ବାପା ରାଜେଶ ଖାନ୍ନା ଏବଂ ତାଙ୍କର ଜନ୍ମଦିନ ଏକାଦିନରେ ପଡେ। ଟ୍ବିଙ୍କଲଙ୍କ ଜନ୍ମ ସମୟରେ ରାକେଶଙ୍କୁ ମାତ୍ର ୩୨ ବର୍ଷ ହୋଇଥିଲା। ୨୦୦୧ରେ ଅଭିନେତା ଅକ୍ଷୟ କୁମାରଙ୍କ ହାତ ଧରିଥିଲେ ସେ। ଏହି ବିବାହକୁ ନେଇ ରହିଥିଲା ଅନେକ ସର୍ତ୍ତ।

ବିବାହ ପରେ ଟ୍ବିଙ୍କଲ କାମ କରନ୍ତୁ ନାହିଁ ବୋଲି ଚାହୁଁଥିଲେ ଅକ୍ଷୟ। ପ୍ରଥମେ ଅଭିନେତ୍ରୀ ଏହି କଥା ମାନି ନ ଥିଲେ। ଫିଲ୍ମ ‘ମେଲା’ କରିବାକୁ ଚୁକ୍ତି କରିନେଇଥିଲେ। ହେଲେ ରିଲିଜ ପରେ ଫିଲ୍ମଟି ଫ୍ଲପ ହୋଇଯାଇଥିଲା। ଶେଷରେ ଟ୍ବିଙ୍କଲ ଅଭିନୟକୁ ଅଲବିଦା କହିଥିଲେ। ତେବେ ଏକ ସାକ୍ଷାତକାରରେ ଟ୍ବିଙ୍କଲ କହିଥିଲେ, ଅକ୍ଷୟ ତାଙ୍କର ଅଭିନୟ ଏବଂ ଷ୍ଟାଣ୍ଡ ଅପ୍‌ କମେଡି କରିବା ଉପରେ ପ୍ରତିବନ୍ଧକ ଲଗାଇଥିଲେ।

ଏବେ ଉଭୟଙ୍କ ଜୀବନଶୈଳୀ ଯଦି ଦେଖାଯାଏ ତାହେଲେ ସେମାନେ ବଲିଉଡ୍‌ର ସବୁଠାରୁ ଧନୀ ଯୋଡ଼ି। ଅକ୍ଷୟ ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଫିଲ୍ମ ଭେଟି ଦେଉଥିବା ବେଳେ ଟ୍ବିଙ୍କଲ ଜଣେ ସଫଳ ଲେଖିକା। ଏଥିସହ ସେମାନେ ଦୁଇଟି ପ୍ରଯୋଜନା ସଂସ୍ଥାର ମାଲିକ ମଧ୍ୟ। ସେମାନଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୨୪୧୪ କୋଟି ଟଙ୍କା ।

Share