Posted inଜାତୀୟ

ପ୍ରେମିକଙ୍କ ସହ ରଚିଲେ ଷଡଯନ୍ତ୍ର, ସ୍ବାମୀଙ୍କ ମୃତଦେହ ଖଣ୍ଡ ଖଣ୍ଡ କରି ପ୍ଲାଷ୍ଟିକ୍‌ ଡ୍ରମ୍‌ରେ ପ୍ଲାଷ୍ଟର କଲେ

ମିରଟ,୨୦ା୩ଜଣେ ମହିଳା ନିଜ ପ୍ରେମିକଙ୍କ ସହ ମିଶି ଲଣ୍ଡନଫେରନ୍ତା ସ୍ବାମୀଙ୍କୁ ହତ୍ୟା କରିଛନ୍ତି। ଏତିକି ନୁହେଁ, ସେ ନିଜ ଦୋଷ ଲୁଚାଇବା ପାଇଁ ସ୍ବାମୀଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି ଏକ ପ୍ଲାଷ୍ଟିକ୍‌ ଡ୍ରମ୍‌ରେ ପୂରାଇ ତା’ ଉପରେ ସିମେଣ୍ଟ ପ୍ଲାଷ୍ଟର କରିଦେଇଥିଲେ। ଧରାପଡ଼ିବା ପରେ ସମ୍ପୃକ୍ତ ମହିଳା ଓ ପ୍ରେମିକ ଏଭଳି ଜଘନ୍ୟ ଅପରାଧ ଘଟାଇଥିବା ବିଷୟ ପୋଲିସ ସମ୍ମୁଖରେ ସ୍ବୀକାର କରିଛନ୍ତି। ଉତ୍ତରପ୍ରଦେଶର ମିରଠ ବାସିନ୍ଦା ସୌରଭ ରାଜପୁତ ବ୍ରିଟେନ୍‌ରେ ଚାକିରି କରନ୍ତି। ୨୦୧୬ରେ ସେ ମୁସ୍କାନ ରୋହତଗୀଙ୍କୁ ବିବାହ କରିଥିଲେ। ମୁସ୍କାନ ସେମାନଙ୍କର ୫ ବର୍ଷୀୟା ଝିଅକୁ ଧରି ମିରଠର ଏକ ଭଡ଼ାଘରେ ରହୁଥିଲେ। ଇତିମଧ୍ୟରେ ସୌରଭ ନିକଟରେ ଲଣ୍ଡନରୁ ମିରଠକୁ ଫେରିଥିଲେ। କିନ୍ତୁ ଗତ ୪ ତାରିଖରୁ ସୌରଭଙ୍କ କୌଣସି ପତ୍ତା ମିଳି ନ ଥିଲା। ସେହିଦିନ ହିଁ ମୁସ୍କାନ ଓ ତାଙ୍କ ପ୍ରେମିକ ସାହିଲ ଶୁକ୍ଳା ମିଶି ସୌରଭଙ୍କୁ ହତ୍ୟା କରିଥିବା କୁହାଯାଉଛି। ପୋଲିସ ଆଗରେ ଉଭୟେ ଦୋଷ ସ୍ବୀକାର କରି ସବୁ ମାନି ନେଇଛନ୍ତି। ମାର୍ଚ୍ଚ ୪ ରାତିରେ ମୁସ୍କାନ ସୌରଭଙ୍କ ଖାଦ୍ୟରେ ନିଶା ଔଷଧ ମିଶାଇ ଦେଇଥିଲେ। ତାକୁ ଖାଇବା ପରେ ସୌରଭ ସଂଜ୍ଞାହୀନ ହୋଇଯାଇଥିଲେ। ଏହା ପରେ ପ୍ରେମିକ ସାହିଲଙ୍କୁ ମୁସ୍କାନ ନିଜ ଘରକୁ ଡାକିଥିଲେ। ସାହିଲ ସୌରଭଙ୍କ ଛାତିରେ ଛୁରି ଭୁସି ତାଙ୍କ ଗଳା କାଟି ଦେଇଥିଲେ। ଦୁହେଁ ମିଶି ସୌରଭଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟିଥିଲେ। ପୂର୍ବ ଯୋଜନା ମୁତାବକ ପରଦିନ ଖଣ୍ଡବିଖଣ୍ଡିତ ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକୁ ଏକ ବଡ଼ ପ୍ଲାଷ୍ଟିକ୍‌ ଡ୍ରମ୍‌ରେ ଭର୍ତ୍ତି କରି ତା’ ଉପରେ ସିମେଣ୍ଟ ପ୍ଲାଷ୍ଟର କରିଥିଲେ। ଉକ୍ତ ଡ୍ରମ୍‌କୁ ସେମାନେ ଘର ଭିତରେ ଲୁଚାଇ ଦେଇଥିଲେ।
ଏହା ପରେ ମୁସ୍କାନ ଓ ସାହିଲ ଶିମ୍‌ଲାସ୍ଥିତ ଏକ ହିଲ୍‌ ଷ୍ଟେଶନକୁ ଛୁଟି କାଟିବାକୁ ଚାଲିଯାଇଥିଲେ। ଇତିମଧ୍ୟରେ ମୁସ୍କାନଙ୍କ ମା’ ଥାନାକୁ ଯାଇ ଝିଅ ତାଙ୍କ ସମ୍ମୁଖରେ ଅପରାଧ ସ୍ବୀକାର କରିଥିବା ବିଷୟ ପୋଲିସକୁ ଜଣାଇବା ପରେ ଏହି ହତ୍ୟାକାଣ୍ଡ ଲୋକଲୋଚନକୁ ଆସିଛି। ପୋଲିସ ମୁସ୍କାନ ଓ ସାହିଲଙ୍କୁ ହତ୍ୟା ଘଟାଇଥିବା ଘରକୁ ନେଇଛି। ଦୁହେଁ ଲୁଚାଇ ରଖିଥିବା ମୃତଦେହକୁ ବାହାର କରିବା ପାଇଁ ପୋଲିସକୁ ୨ ଘଣ୍ଟାରୁ ଅଧିକ ସମୟ ଲାଗିଯାଇଥିଲା। ଶେଷରେ ପୋଲିସ ତାକୁ ଜବତ କରି ଏକ ଶବଗୃହକୁ ପଠାଇ ଦେଇଛି। ସ୍ଥାନୀୟ ଲୋକଙ୍କ କହିବା ହେଲା, ମୁସ୍କାନ ନିଜ ଘରେ ତାଲା ପକାଇ ସ୍ବାମୀଙ୍କ ସହ ହିମାଚଳ ପ୍ରଦେଶକୁ ଯାଉଥିବା ବିଷୟ ପଡ଼ୋଶୀଙ୍କୁ ଜଣାଇଥିଲେ। ଏହା ଭିତରେ ସେ ସନ୍ଦେହ ଏଡ଼ାଇବା ପାଇଁ ସୌରଭଙ୍କ ମୋବାଇଲରୁ ତାଙ୍କ ପରିବାର ସଦସ୍ୟମାନଙ୍କ ନିକଟକୁ ବିଭ୍ରାନ୍ତିକର ମେସେଜ୍‌ ପଠାଉଥିଲେ।
ତଦନ୍ତରୁ ପୋଲିସ ଆହୁରି ଜାଣିବାକୁ ପାଇଛି ଯେ, ସୌରଭ ନିଜ ଘର ଲୋକଙ୍କୁ ମର୍ଚ୍ଚାଣ୍ଟ ନେଭିରେ କାମ କରୁଥିବା କଥା କହିଥିଲେ। କିନ୍ତୁ ସେ ଲଣ୍ଡନର ଏକ ବେକେରିରେ କାର୍ଯ୍ୟ କରୁଥିଲେ। ମିରଠ ଏସ୍‌ପି ଆୟୁଷ ବିକ୍ରମ କହିଛନ୍ତି, ଇନ୍ଦିରା ନଗରରେ ହତ୍ୟା ଘଟିଥିବା ନେଇ ଆମେ ସୂଚନା ପାଇଥିଲୁ। ତଦନ୍ତରୁ ଏନେଇ ସବୁ ସ୍ପଷ୍ଟ ହୋଇଯାଇଛି। ଡ୍ରମ୍‌ରୁ ଦେହାବଶେଷକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପରିବାର ଲୋକଙ୍କ ଏତଲାକ୍ରମେ ଦୁହିଁଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯିବା ସହ ଅଧିକ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଆଁ ଫିଟାଇଲା ବିଚାରପତିଙ୍କ ଗୁମର

ନୂଆଦିଲ୍ଲୀ,୨୨।୩:ନ୍ୟାୟପାଳିକା ଉପରେ ଦେଶବାସୀଙ୍କ ସ୍ବତନ୍ତ୍ର ସମ୍ମାନ ରହି ଆସିଥିବାବେଳେ ବିଚାର ବ୍ୟବସ୍ଥାର ଗରିମା ନଷ୍ଟ କଲା ଭଳି ଏକ ସଦ୍ୟ ଘଟଣା ଏହାକୁ ଉଣା କରିଦେଇଛି।...

ଭାଜପାରେ ଯୋଗଦେବେ ଶଶି ଥରୁର! ଫଟୋ ଶେୟାର କରି ବୈଜୟନ୍ତ ପଣ୍ଡା କହିଲେ, ଶେଷରେ…

ଥିରୁଭାନନ୍ତପୁରମ,୨୨।୩: ଥିରୁଭାନନ୍ତପୁରମର କଂଗ୍ରେସ ଏମ୍‌ପି ଶଶି ଥରୁର ଗତ କିଛି ଦିନ ଧରି ମୋଦି ସରକାରଙ୍କୁ ପ୍ରଶଂସା କରିଆସୁଛନ୍ତି। ସେ ଏପରି ଅନେକ ବକ୍ତବ୍ୟ ଦେଇଥିଲେ...

ଆଜି ରାତି ୮ଟା ୩୦ରୁ ଘଣ୍ଟାଏ ଲାଇଟ ବନ୍ଦ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୨/୩: ୨୦୨୫ ମାର୍ଚ୍ଚ ୨୨ ଶନିବାର ବିଶ୍ୱ ଆର୍ଥ ଆଓ୍ବାର ପାଳନ କରାଯିବ। ବିଶ୍ୱର ବିଭିନ୍ନ ଭାଗରେ ଜନସାଧାରଣ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ରାତି ୮ଟା...

ଆସନ୍ତାକାଲି ରାଜ୍ୟବ୍ୟାପୀ ବନ୍ଦ ଡାକରା, ବ୍ୟାଙ୍କ୍‌ ଠାରୁ ସ୍କୁଲ ପର୍ଯ୍ୟନ୍ତ ଜାଣନ୍ତୁ କ’ଣ ଖୋଲା ଓ ବନ୍ଦ

ନୂଆଦିଲ୍ଲୀ,୨୧।୩: ଆସନ୍ତାକାଲି ଚକ-ଅଖ ସବୁ ବନ୍ଦ । ଗତ ମାସରେ ସୀମାନ୍ତବର୍ତ୍ତୀ ଜିଲ୍ଲା ବେଲାଗାଭିରେ ମରାଠି ନ ଜାଣିବା କାରଣରୁ ଜଣେ ସରକାରୀ ବସ କଣ୍ଡକ୍ଟରଙ୍କ...

VIDEO: ବିଧାନସଭାରୁ ଭାଜପା ବିଧାୟକଙ୍କୁ ଟେକି ନେଇ ବାହାର କରିଦେଲେ ସୁରକ୍ଷାକର୍ମୀ, ରାଜ୍ୟରେ ହଇଚଇ

ବେଙ୍ଗାଲୁରୁ,୨୧।୩: ୪୮ ଜଣ ନେତାଙ୍କୁ ହନି ଟ୍ରାପ କରିବା ଅଭିଯୋଗ ପରେ କର୍ନାଟକ ବିଧାନସଭାରେ ଶୁକ୍ରବାର ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ବିଧାନସଭାର ଭାଜପା ବିଧାୟକମାନେ...

ଜାଣନ୍ତୁ ଭାରତୀୟ ରେଲଓ୍ବେରେ କେଉଁ କେଉଁ ପଦବୀ ଥାଏ? A ଠାରୁ D ବର୍ଗରେ ମିଳେ କେତେ ଦରମା

ନୂଆଦିଲ୍ଲୀ,୨୧।୩: ଭାରତୀୟ ରେଳବାଇ ୧୬ ଏପ୍ରିଲ ୧୮୫୩ରେ ଆରମ୍ଭ ହୋଇଥିଲା। ପ୍ରତିଦିନ କୋଟି କୋଟି ଲୋକ ଏଥିରେ ଯାତ୍ରା କରନ୍ତି। ଭାରତୀୟ ରେଳବାଇ ଏସିଆର ସର୍ବବୃହତ...

ଦିଲ୍ଲୀ ପରାଜୟ ପରେ ଆପ୍‌ର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୩: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ନେତୃତ୍ୱାଧୀନ ଆମ୍‌ ଆଦମୀ ପାର୍ଟି(ଆପ୍‌)ର ପରାଜୟ ପରେ ଦଳ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଦଳ...

ଆଉ ୧୦ଦିନ ପରେ ଆରମ୍ଭ ହେବାକୁ ଯାଉଛି ୟୁନିଫାଏଡ ପେନସନ ଯୋଜନା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୧।୩: କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ନିଶ୍ଚିତ ପେନସନ ପ୍ରଦାନ କରିବା ପାଇଁ ୟୁନିଫାଏଡ ପେନସନ ଯୋଜନା (UPS) ୧ ଏପ୍ରିଲ, ୨୦୨୫ ରୁ ଆରମ୍ଭ ହେବାକୁ ଯାଉଛି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image