ସ୍ବାମୀଙ୍କ ଅନ୍ତରଙ୍ଗ ସିନ୍‌କୁ ପସନ୍ଦ କରନ୍ତିନି ଉପାସନା

ସାଉଥ୍‌ ସିନେମାର ସବୁଠାରୁ ଦାମୀ ତାରକା ତାଲିକାରେ ରାମଚରଣଙ୍କ ନାମ ସାମିଲ ଅଛି। ସେ ଚମତ୍କାର ଅଭିନେତା ହେବା ସହ ଜଣେ ଫ୍ୟାମିଲି ମ୍ୟାନ୍‌ ମଧ୍ୟ ଅଟନ୍ତି। ସ୍ତ୍ରୀ ଉପାସନାଙ୍କ ସହ ତାଙ୍କ ସମ୍ପର୍କ ବେଶ୍‌ ଦୃଢ। କିନ୍ତୁ ରାମଚରଣଙ୍କ ଗୋଟିଏ ଗୁଣକୁ ଆଦୌ ପସନ୍ଦ କରନ୍ତି ନାହିଁ ଉପାସନା। ରାମଚରଣ ଯେତେବେଳେ ପରଦାରେ ଅନ୍ୟ ହିରୋଇନ୍‌ଙ୍କ ସହ ଅନ୍ତରଙ୍ଗ ସିନ୍‌ କରନ୍ତି, ଏହାକୁ ଉପାସନା ପସନ୍ଦ କରନ୍ତି ନାହିଁ। ଏକ ସାକ୍ଷାତକାରରେ ସେ ନିଜେ ଏହା ପ୍ରକାଶ କରିଛନ୍ତି।
ଉପସାନା କହିଛନ୍ତି,ମୋର ଶୁଟିଂ ସହିତ ମୋର କୌଣସି ସମ୍ପର୍କ ନାହିଁ, କାରଣ ମୁଁ ଅନ୍ୟ ଏକ ବୃତ୍ତିରେ ଅଛି। କିନ୍ତୁ ପ୍ରଥମେ ମୁଁ ରାମଙ୍କୁ ଅନ୍ୟ କାହା ସହିତ ଦେଖିଲେ, ମୁଁ ବହୁତ ରାଗି ଯାଉଥିଲି।ଏବେ ତାହା ଘଟୁନାହିଁ।
ଏ ବାବଦରେ ଉପସାନା ରାମଙ୍କୁ ଫିଲ୍ମରେ ଏଭଳି ଦୃଶ୍ୟ କରିବା ଆବଶ୍ୟକ କି ବୋଲି ପଚାରିଥିଲେ। ଯଦି ଏହା ନ କରନ୍ତି ତେବେ କ’ଣ ହେବ? ସ୍ତ୍ରୀଙ୍କ ଏହି ପ୍ରଶ୍ନ ଉପରେ ରାମ ଚରଣ ତାଙ୍କୁ ବୁଝାଇ କହିଥିଲେ, ଦୟାକରି ଏହାକୁ ବୁଝନ୍ତୁ, ଏହା ମୋର କାମ। ଏହା ପରେ ଉପସାନା ରାମଙ୍କୁ କୌଣସି ପ୍ରଶ୍ନ ପଚାରି ନଥିଲେ।
ରାମଚରଣ ଏବଂ ଉପାସାନା ୨୦୧୨ରେ ବିବାହ କରିଥିଲେ। ବିବାହର ୧୧ବର୍ଷ ପରେ ଏହି ତାରକା ଦମ୍ପତି ଏକ ଝିଅର ମାତାପିତା ହୋଇଛନ୍ତି।

Share