୧୨ ବର୍ଷର ପୁଅକୁ ଧରି ପ୍ରେମିକ ସହ ଫେରାର

ରାଜନଗର,୨୦ା୯(ଡି.ଏନ.ଏ.): ୧୨ ବର୍ଷର ପୁଅକୁ ଧରି ଜଣେ ମହିଳା ପ୍ରେମିକଙ୍କ ସହ ଫେରାର ହୋଇଯାଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସ୍ବାମୀ ଦାଦନ ଖଟିବାକୁ ବାହାରକୁ ଯାଇଥିବା ବେଳେ ଏହି ଘଟଣା ଘଟିଛି। ଏ ସଂକ୍ରାନ୍ତରେ ଖବର ମିଳିବା ପରେ ମହିଳାଙ୍କ ସ୍ବାମୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ରାଜନଗର ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ହାତିଆଗଡି ଗାଁର ଜଣେ ଯୁବକ ଦାଦନ ଖଟିବାକୁ ବାଙ୍ଗାଲୋର ଯାଇଥିଲେ। ଘରେ ସ୍ତ୍ରୀ ଓ ପୁଅ ଥିଲେ। ଗତ ୧୬ ତାରିଖରେ ତାଙ୍କର ସ୍ତ୍ରୀ ଓ ପୁଅ ଘର ଛାଡି କେଉଁଆଡେ ପଳାଇ ଯାଇଛନ୍ତି ବୋଲି ସେ ଖବର ପାଇଥିଲେ। ଏ ନେଇ ସେ ସ୍ତ୍ରୀଙ୍କ ସହିତ ବାରମ୍ବାର ଯୋଗଯୋଗ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଶେଷରେ ସେ ଗାଁକୁ ଫେରିଥିଲେ। ମାତ୍ର ଘରେ ଥିବା ଟିଭି, ସାଇକେଲ, ମୋବାଇଲ ଫୋନ, ଗ୍ୟାସ୍‌ଚୂଲା, ସିଲିଣ୍ଡର, ସୁନା ଅଳଙ୍କାର ସମେତ ସେ ସ୍ତ୍ରୀଙ୍କ ପାଖକୁ ପଠାଇଥିବା ୫୦ହଜାର ଟଙ୍କା ନ ଥିବା ଦେଖିଥିଲେ। ତାଙ୍କ ସ୍ତ୍ରୀ ଉପରୋକ୍ତ ସାମଗ୍ରୀ ନେଇ କଣ୍ଡିରା ଗାଁର ଜଣେ ବ୍ୟକ୍ତିଙ୍କ ସହ ଫେରାର ହୋଇଯାଇଥିବା ଜଣାପଡିଥିଲା।

Share