ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ନିଆ ଶର୍ମା ଅନ୍ୟତମ। ସେ ଅନେକ ଟିଭି ସିରିଏଲରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଅଭିନୟ ସହିତ ନଆ ତାଙ୍କ ବ୍ୟକ୍ତିଗତ ଜୀବନ ଏବଂ କ୍ୟାରିୟର ବିଷୟରେ ଅନେକ ଖୁଲାସା କରିଥାନ୍ତି। ପୁଣିଥରେ ସେ ତାଙ୍କ କ୍ୟାରିୟର ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଅନେକ ଥର ତାଙ୍କ କାମ ପାଇଁ ଦରମା ମିଳେନାହିଁ।
ସେ ଏକ ସାକ୍ଷାତକାରରେ କହିଛନ୍ତି, ‘ତୁମେ ତୁମର କାମକୁ ଯତ୍ନର ସହ କର କିନ୍ତୁ ତୁମର ଦେୟ ପାଇଁ ଭିକ୍ଷା କର। ମୁଁ ଏମିତି ପରିସ୍ଥିତି ଦେଇ ଯାଇଛି ଏବଂ ଯୁଦ୍ଧ କରିଛି। କାମ କରିବା ପରେ ପଇସା ମିଳେ ନାହିଁ। ବାରମ୍ବାର ମାଗିବାକୁ ପଡ଼େ ଭିକ ମାଗିଲା ପରି।
ସେ କହିଛନ୍ତି, ମୋର କାମ ପୈଠ ନ ହେବା ଯାଏ ମୁଁ କାମ କରିବି ନାହିଁ। ହଁ ଦେୟ ସଂଗ୍ରହ କରିବାର ଅନ୍ୟ କୌଣସି ଉପାୟ ନ ଥିବାରୁ ଭିକ ମାଗିବା, କାନ୍ଦିବା ଏବଂ ଅନୁରୋଧ କରିଥିଲି। ମୋତେ ମୋର ଟଙ୍କା ମନା କରାଯାଇଥିଲା, କିନ୍ତୁ ମୁଁ ନିଶ୍ଚିତ କଲି ଯେ ମୁଁ ଯାହାବି ହେଉନା କାହିଁକି ମୁଁ ମାଗିବି। ମୋତେ ପୁନର୍ବାର କାମ ନ ଦିଅନ୍ତୁ କିନ୍ତୁ ମୋ ପାରିଶ୍ରମିକ ଦିଅନ୍ତୁ। ମଁୁ ମୋ ଟଙ୍କା ପାଇବା ପାଇଁ ଏକପ୍ରକାର ଯୁଦ୍ଧ କରିଥିଲି।