ଏହି ଲୋକପ୍ରିୟ ଅଭିନେତ୍ରୀ ଦେଡ଼ଶୁରଙ୍କ ସହ କରିଛନ୍ତି ରୋମାଣ୍ଟିକ୍‌ ସିନ୍‌

ବଲିଉଡ ଫିଲ୍ମରେ ଅନେକ ଅଭିନେତା ଅଭିନେତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ଥାଏ। କାମ ସମୟରେ ଅଭିନେତା ଏବଂ ଅଭିନେତ୍ରୀମାନଙ୍କ ମଧ୍ୟରେ ପ୍ରାୟତଃ ରୋମାଣ୍ଟିକ୍‌ ସିନ୍‌ ଦେଖିବାକୁ ମିଳେ। କିନ୍ତୁ ଯେତେବେଳେ ବାସ୍ତବ ଜୀବନରେ ସେମାନଙ୍କ ସମ୍ପର୍କକୁ ଦେଖାଯାଏ ସେମାନେ କିଏ କାହାର ଦେଡ଼ଶାଶୁ ହୋଇଥିବେ ବା ଆଉ କିଛି। ଅନେକ ଅଭିନେତା ଅଛନ୍ତି ଯେଉଁମାନେ ଫିଲ୍ମରେ ସମ୍ପର୍କୀୟଙ୍କ ସହିତ ରୋମାଣ୍ଟିକ୍‌ ସିନ୍‌ କରିଛନ୍ତି। ଏକାଠି କାମ କରି ସେମାନେ ଏକ ସମ୍ପର୍କରେ ବାନ୍ଧି ହୋଇଛନ୍ତି। ଜାଣନ୍ତୁ ସେ ସମ୍ପର୍କରେ ….

ନୀତୁ କପୁର- ରଣନ୍ଧୀର କପୁର

ନୀତୁ କପୁର ଏବଂ ରଣନ୍ଧୀର କପୁର ପ୍ରାୟ ପାଞ୍ଚଟି ଫିଲ୍ମରେ ଏକାଠି କାମ କରଛନ୍ତି। ହେଲେ ଦୁହେଁ ସମ୍ପର୍କରେ ବାନ୍ଧି ହୋଇ ଯିବେ ବୋଲି ଜାଣି ନ ଥିଲେ। ନୀତୁ ଋଷି କପୁରଙ୍କୁ ବିବାହ କରିଥିଲେ। ସମ୍ପର୍କରେ ରଣନ୍ଧୀର ନୀତୁଙ୍କ ଦେଡ଼ଶୁର ହୋଇଗଲେ। ‘ହିରାଲାଲ’, ’ପନ୍ନାଲାଲ’, ’କସମେ ଓ୍ବଦା’, ’ଭଲା ମନୁସ’ ଏବଂ ’ଢୋଙ୍ଗୀ’ ଫିଲ୍ମରେ ରଣନ୍ଧୀର ଏବଂ ନୀତୁ ଏକାଠି କାମ କରିଥିଲେ। ଫିଲ୍ମରେ ତାଙ୍କ ରୋମାଣ୍ଟିକ୍‌ ସିନ୍‌କୁ ଦର୍ଶକ ଏବେବି ମନେ ରଖିଛନ୍ତି।

Share