ନିଜଠୁ ୧୧ ବର୍ଷ ବଡ ଗର୍ଲଫ୍ରେଣ୍ଡ୍‌ଙ୍କ ପାଇଁ ଭାବପ୍ରବଣ ହେଲେ ଏହି ଅଭିନେତା

ବଲିଉଡରରେ ଏବେ ଅଭିନେତା ଅର୍ଜୁନ କପୁର ଏବଂ ମଲାଇକା ଆରୋରାଙ୍କ ପ୍ରେମ ସମ୍ପର୍କକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ଉଭୟ ସେମାନଙ୍କ ସମ୍ପର୍କକୁ ନେଇ ଖୁଲାସା କରିଛନ୍ତି। ଅରବାଜ ଖାନଙ୍କଠାରୁ ଅଲଗା ହେବା ପରେ ମଲାଇକା ଆରୋରା ଏବଂ ଅର୍ଜୁନ କପୁରଙ୍କ ସମ୍ପର୍କ ଖବର ସାମ୍ନାକୁ ଆସିବାକୁ ଲାଗିଲା। ଗତ କିଛି ବର୍ଷ ହେବ ଉଭୟ ପରସ୍ପରକୁ ଡେଟ କରୁଛନ୍ତି। ଦୁହେଁ ନିଜ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପରସ୍ପରର ଫଟୋ ଶେୟାର କରନ୍ତି। ନିକଟରେ ଅର୍ଜୁନ ଏକ ପୋଷ୍ଟ ଶେୟାର କରିଛନ୍ତି। ଏହି ପୋଷ୍ଟରେ ସେ ମଲାଇକାଙ୍କ ପାଇଁ ଏକ ସ୍ବତନ୍ତ୍ର ଧାଡି ଲେଖିଛନ୍ତି।
ଅର୍ଜୁନ ତାଙ୍କ ଇନଷ୍ଟା ପୋଷ୍ଟରେ ଲେଖିଛନ୍ତି, ‘ଗୋଟିଏ ବର୍ଷରେ କେତେ ପାର୍ଥକ୍ୟ ଆସେ… ଏକ ବର୍ଷ ପୂର୍ବେ ମୁଁ ନିରାଶ, ଥକି ଯାଇଥିଲି ଏବଂ ଦ୍ୱନ୍ଦ୍ୱରେ ପଡିଥିଲି, ଆଜି ମୁଁ ନୂଆ ଶକ୍ତି, ଜୋଶ୍‌ ଏବଂ ଦୃଢ ସଂକଳ୍ପ ସହ ମୁଁ ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ। ଜୀବନର ପ୍ରତ୍ୟେକ ପରିସ୍ଥିତି ମୁଁ କେବଳ ମୋର ନିକଟତର ସମସ୍ତଙ୍କୁ ସ୍ବୀକାର କରିବାକୁ ଚାହେଁ ଯେଉଁମାନେ ମୋ ଉପରେ ବିଶ୍ୱାସ କରିଥିଲେ, ମୋତେ ସମର୍ଥନ କରିଥିଲେ ଏବଂ ଯତ୍ନ ନେଉଥିଲେ .. ମୋର ସାଥୀ, ପ୍ରଶଂସକ, ବନ୍ଧୁ, ପରିବାର ମୋ ପାଖରେ ଠିଆ ହୋଇଥିବାରୁ ଧନ୍ୟବାଦ। ମଲାଇକା ଆରୋରା ବିଷୟରେ ଅର୍ଜୁନ କହିଛନ୍ତି ଯେ, ସେ ମୋତେ ଭଲ ଦେଖାଯିବାରେ ସାହାଯ୍ୟ କରନ୍ତି। ଅର୍ଜୁନ ପୋଷ୍ଟ କରିଥିବା ଫଟୋ ମଲାଇକା ଉଠାଇଥିବା ସେ କହିଛନ୍ତି।
ମଲାଇକା ୨୦୧୭ରେ ଅଭିନେତା ଅରବାଜ ଖାନଙ୍କୁ ଛାଡପତ୍ର ଦେଇଥିଲେ। ଅରବାଜ ଏବେ ମଡେଲ ଜର୍ଜିଆ ଆଣ୍ଡ୍ରେୟାନିଙ୍କୁ ଡେଟ କରୁଛନ୍ତି ଏବଂ ଅର୍ଜୁନଙ୍କ ସହ ମଲାଇକା ଖୁସି ଅଛନ୍ତି। ତେବେ ସେମାନଙ୍କ ବୟସର ପାର୍ଥକ୍ୟ ହେତୁ ଏହି ଦମ୍ପତିଙ୍କୁ ମଧ୍ୟ ଟ୍ରୋଲ କରାଯାଇଛି। ମଲାଇକା ଅର୍ଜୁନଙ୍କଠାରୁ ୧୧ ବର୍ଷ ବଡ। ଏକ ସାକ୍ଷାତକାରରେ ମଲାଇକା ସମାଜର ମାନସିକତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ, ଯେତେବେଳେ ଜଣେ ବୟସ୍କ ବ୍ୟକ୍ତି ତାଙ୍କଠାରୁ ସାନ ଝିଅ ସହିତ ସମ୍ପର୍କ ରଖନ୍ତି, ଲୋକମାନେ ତାଙ୍କୁ ପ୍ରଶଂସା କରନ୍ତି, କିନ୍ତୁ ଯେତେବେଳେ ଜଣେ ବଡ଼ ଝିଅସାନ ପୁଅକୁ ଡେଟ କରେ, ତାହା ଭୁଲ ହୋଇଯାଏ।

Share