Categories: ଫୁରସତ

ଦିନକ ପାଇଁ ବାହା ହୋଇଥିଲେ ମହିଳା, ଚତୁର୍ଥୀ ରାତିରେ ଜଣାପଡ଼ିଲା ସବୁ ସତ; ଆଉ ତା’ ପରେ…

ଯେଉଁ ବ୍ୟକ୍ତିଙ୍କୁ ଭରସା କରି ତୁମେ ତୁମର ମାତାପିତା, ପରିବାର, ବନ୍ଧୁବାନ୍ଧବ ଛାଡ଼ି ତୁମେ ତାଙ୍କ ହାତ ଧର ଆଉ ପରେ ଯଦି ଜାଣ ସେ ତୁମ ସହ ପ୍ରତାରଣା କଲେ ତା’ହେଲେ ହୃଦୟରୁ ଭାଙ୍ଗି ପଡ଼ିବେ ନିଶ୍ଚିତ। ସେମିତି ଏକ ଘଟଣା ଘଟିଛି ଜଣେ ମହିଳାଙ୍କ ସହ।

ବିବାହ ପବିତ୍ର ବନ୍ଧନ ଅଟେ। କିନ୍ତୁ ଯଦି ଏହି ବିବାହ ପ୍ରତାରଣାରେ ପରିଣତ ହୁଏ, ତେବେ ଏହା ଅଧିକ ଦିନ ତିଷ୍ଠି ନ ଥାଏ। ସୋସିଆଲ ମିଡିଆରେ ଜଣେ ମହିଳା ନିଜର ଏକ ଦିନର ବିବାହର କାହାଣୀ ଶେୟାର କରିଛନ୍ତି। ମହିଳା ଜଣକ ତାଙ୍କ ଚତୁର୍ଥୀ ରାତିରେ ଜାଣିବାକୁ ପାଇଲେ ଯେ, ତାଙ୍କ ସ୍ବାମୀ ପ୍ରକୃତରେ ପୁରୁଷଙ୍କ ପ୍ରତି ବେଶି ଆଗ୍ରହୀ ଅଟନ୍ତି। ଏହା ପରେ ମହିଳା ଶାଶୁଘର ଛାଡ଼ି ଚାଲି ଆସିଥିଲେ।

ଇଣ୍ଡୋନେସିଆରେ ରହୁଥିବା ଜଣେ ମହିଳା ତାଙ୍କର ଏପରି ଏକ କାହାଣୀ ଶେୟାର କରିଛନ୍ତି। ମହିଳା ଜଣକ ଚତୁର୍ଥୀ ରାତିରେ ଜାଣିବାକୁ ପାଇଲେ ଯେ, ତାଙ୍କ ସ୍ବାମୀଙ୍କ ଆଗ୍ରହ ମହିଳାମାନଙ୍କ ଉପରେ ନୁହେଁ ବରଂ ପୁରୁଷମାନଙ୍କ ପ୍ରତି ରହିଛି। ଏହା ଜାଣିବା ପରେ ସେ ଶାଶୁଘର ଛାଡ଼ି ଚାଲିଆସିଲେ। କେବଳ ଗୋଟିଏ ଦିନର ଏହି ବରଙ୍କ କାହାଣୀ ଲୋକଙ୍କୁ ଭାବପ୍ରବଣ କରିଦେଇଛି। ଜାକର୍ତ୍ତାରେ ରହୁଥିବା ଏହି ମହିଳାଙ୍କ କାହାଣୀକୁ ଲୋକମାନେ ସମର୍ଥନ କରିଛନ୍ତି। ବିଶେଷକରି ମହିଳାଙ୍କ ମାତାପିତା ନିଜ ଝିଅକୁ ସାହସ ନ ହରାଇବାକୁ କହିଥିଲେ।

ମହିଳାଙ୍କ ସ୍ବାମୀ ଚତୁର୍ଥୀ ରାତିରେ ତାଙ୍କୁ ପସନ୍ଦ କରନ୍ତିନି ବରଂ ସେ ପୁରୁଷମାନଙ୍କ ସହ ସହ ସମ୍ପର୍କ ରଖିବାକୁ ଅଧିକ ପସନ୍ଦ କରନ୍ତି ବୋଲି କହିଥିଲେ। ମହିଳା ଏହାର କାରଣ ପଚାରିବାରୁ ବ୍ୟକ୍ତି ଜଣକ କହିଲେ, ସେ ସମଲିଙ୍ଗୀ। ସେ ମାତାପିତାଙ୍କ ଚାପରେ ବିବାହ କରିଥିଲେ। ମହିଳା ଜଣକ ତାଙ୍କ କାହାଣୀକୁ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଯାହା ପରେ ଭାଇରାଲ ହୋଇଥିଲା। ଭାଇରାଲ ହେବା ପରେ ମହିଳା ଜଣକ ତାଙ୍କ ଆକାଉଣ୍ଟକୁ ବ୍ୟକ୍ତିଗତ କରିଥିଲେ। ଏହା ଉପରେ ମନ୍ତବ୍ୟ ଦେଇ ଲୋକମାନେ ଲେଖିଛନ୍ତି, ଯଦି ପୁରୁଷ ସେହି ମହିଳାଙ୍କ ପ୍ରତି ଆଗ୍ରହୀ ନୁହନ୍ତି, ତେବେ ସେ ଆଗରୁ କହିବା ଜରୁରୀ ଥିଲା। ଜଣେ ମହିଳାଙ୍କ ଜୀବନ ସହିତ ଏପରି ଖେଳିବା ଉଚିତ୍‌ ନୁହେଁ।

Share