Categories: ଜାତୀୟ

ଅମରିନ୍ଦରଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ମୁହଁ ଖୋଲିଲେ…

ନୂଆଦିଲ୍ଲୀ,୨୭।୧୦: ଅମରିନ୍ଦରଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପାକିସ୍ତାନ ପୂର୍ବତନ ସାମ୍ବାଦିକା ଅରୁସା ଆଲାମ। ପଞ୍ଜାବ ରାଜନୀତିରେ ଦିନକୁ ଦିନ ନୂଆ ଚର୍ଚ୍ଚା ହେଉଥିବା ବେଳେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନଙ୍କ ସହ ତାଙ୍କ ସମ୍ପର୍କ ଥିବା ଗୁଜବ ହେଉଛି। ତେବେ ଏହାର ଉତ୍ତରରେ ସେ କହିଛନ୍ତି, ଅମରିନ୍ଦର ତାଙ୍କର ଜଣେ ଭଲ ବନ୍ଧୁ । ସେମାନଙ୍କ ଭିତରେ କୌଣସି ପ୍ରେମ ସମ୍ପର୍କ ନାହିଁ। ଅମରିନ୍ଦରଙ୍କୁ ସେ ପ୍ରଥମେ ଭେଟିବା ସମୟରେ କ୍ୟାପଟେନ୍‌ ୬୬ବର୍ଷ ଓ ସେ ୫୬ବର୍ଷର ଥିଲେ। ପ୍ରେମ କରିବାକୁ ସେ ସମୟରେ ବୟସ ଉପଯୁକ୍ତ ନଥିଲା।
ଅରୁସା କ୍ୟାପଟେନ୍‌ଙ୍କ ସହ ଆଇଏସଆଇ ଲିଙ୍କ ଏବଂ ତାଙ୍କ ସହ ଥିବା ସମ୍ପର୍କକୁ ନେଇ ସମାଲୋଚନାର ପାତ୍ର ହେଉଛନ୍ତି। ଆଇଏସଆଇ ଲିଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ଏଥିପାଇଁ ସେ ଭାରତୀୟ ଏଜେନ୍ସିର ସାହାଯ୍ୟ କରିବାକୁ ମଧ୍ୟ ରାଜି ବୋଲି ଜଣାଇଛନ୍ତି।

Share