Categories: ଜାତୀୟ

ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜାମିନ ଆବେଦନ ପୁଣି ଖାରଜ

ମୁମ୍ବାଇ,୧୬।୧୧: ଶିନା ବୋରା ହତ୍ୟା ମାମଲାରେ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଜାମିନ ଆବେଦନକୁ ମଙ୍ଗଳବାର ବମ୍ବେ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଅଗଷ୍ଟ ୨୦୧୫ରେ ମୁଖାର୍ଜୀଙ୍କୁ ଗିରଫ କରାଯାଇଥିଲା ଏବଂ ସେବେଠାରୁ ତାଙ୍କୁ ବାଇକୁଲ୍ଲା ଜେଲରେ ରଖାଯାଇଛି। ୨୦୧୭ଠାରୁ ମୁଖାର୍ଜୀଙ୍କ ପାଞ୍ଚଟି ଜାମିନ ଆବେଦନ ପ୍ରତ୍ୟାଖ୍ୟାନ କରାଯାଇଛି।
ମୁଖାର୍ଜୀ ତାଙ୍କ ଡ୍ରାଇଭର ଶ୍ୟାମଭାର ରାୟ ଏବଂ ପୂର୍ବତନ ସ୍ବାମୀ ସଞ୍ଜୀବ ଖାନ୍ନାଙ୍କ ସହିତ ଏପ୍ରିଲ ୨୦୧୨ରେ ଝିଅ ଶିନା ବୋରା (୨୪) କୁ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହା ପରେ ନିକଟସ୍ଥ ରାୟଗଢ ଜିଏାର ଜଙ୍ଗଲରେ ତାଙ୍କ ମୃତଦେହ ପୋଡି ଦିଆଯାଇଥିଲା। ଏହି ମାମଲାରେ ସଞ୍ଜୀବ ଖାନ୍ନା ଜଣେ ସହ-ଅଭିଯୁକ୍ତ ଅଟନ୍ତି।

Share