କବାଟ ଭାଙ୍ଗି ତୁନିଶାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ ଶ୍ରୀଜାନ; ସାମ୍ନାକୁ ଆସିଲା ଅନ୍ତିମ ଭିଡିଓ

ବମ୍ବେ: ଅଭିନେତ୍ରୀ ତୁନିଶା ଶର୍ମାଙ୍କ ମୃତ୍ୟୁକୁ ତିନି ଦିନ ବିତିଛି। ମଙ୍ଗଳବାର ତାଙ୍କର ବ୍ୟବଚ୍ଛେଦ ପରେ ଅନ୍ତିମ ସଂସ୍କାର କରାଯାଇଛି। ଏସବୁ ମଧ୍ୟରେ ଆତ୍ମହତ୍ୟା ପରର ଭିଡିଓ ସାମ୍ନାକୁ ଆସିଛି। ଭିଡିଓଟି ଡାକ୍ତରଖାନା ବାହାରର ସିସିଟିଭି ଫୁଟେଜ୍‌ ଥିବା ବେଳେ ତୁନିଶାଙ୍କୁ ସେଥିରେ ଶୁଟିଂ ପୋଷାକରେ ଚେତାଶୂନ୍ୟ ଥିବା ଭଳି ଦେଖାଯାଇଛି।

ଗିରଫ ହୋଇଥିବା ପ୍ରେମିକ ଶ୍ରୀଜାନ ଏବଂ କିଛି ଲୋକ ତାଙ୍କୁ କୋଳରେ ଉଠାଇ ଡାକ୍ତରଖାନା ଆଣୁଛନ୍ତି। ପ୍ରଥମେ ଜଣେ ବ୍ୟକ୍ତି ଡାକ୍ତରଖାନାକୁ ଦୌଡ଼ୁଛନ୍ତି। ପରେ ଏକ ଗାଡ଼ିରୁ ଅଭିନେତ୍ରୀଙ୍କୁ ବାହାର କରାଯାଇ ଚିକିତ୍ସା ଲାଗି ଅଣାଯାଉଛି। ଶ୍ରୀଜାନ ପଛରେ ତାଙ୍କ ପାଦକୁ ଧରିଛନ୍ତି। ସମସ୍ତେ ଚିନ୍ତିତ ନଜର ଆସୁଛନ୍ତି। ଶୀଘ୍ର ଡାକ୍ତରଙ୍କୁ ଦେଖାଇବାକୁ ସେମାନେ ଚେଷ୍ଟା କରୁଥିବା ସ୍ପଷ୍ଟ ବାରି ହୋଇ ପଡ଼ୁଛି।

ବିଶେଷକରି ଭିଡିଓରେ ତୁନିଶା ଏବଂ ଶ୍ରୀଜାନ ଉଭୟ ଅଲିବାବାର ଶୁଟିଂ ପୋଷାକ ପିନ୍ଧିଥିବା ନଜର ଆସୁଛି। ଏଥିରୁ ସ୍ପଷ୍ଟ ହେଉଛି ଯେ ଶୁଟିଂ ଚାଲିଥିବା ବେଳେ ଏହି ଘଟଣା ଘଟିଛି। ତାଙ୍କର ପ୍ୟାକ୍‌ଅପ୍‌ ହୋଇ ନ ଥିଲା। ମେକ୍‌ଅପ୍‌ ରୁମ୍‌ରେ ହିଁ ତୁନିଶା ଏଭଳି ଗୁରୁତର ପଦକ୍ଷେପ ନେଇଛନ୍ତି।

Share