ନୂଆଦିଲ୍ଲୀ, ୨୦।୫(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କେନ୍ଦ୍ରୀୟ ଚୁକ୍ତିର ଗ୍ରେଡ୍ ‘ବି’କୁ ଉନ୍ନୀତ ହୋଇଛନ୍ତି ଟିନ୍ ବ୍ୟାଟିଂ ସେନ୍ସେଶନ ଶେଫାଳି ବର୍ମା। ବିସିସିଆଇ ଏଥର ଚୁକ୍ତିବଦ୍ଧ ଖେଳାଳିଙ୍କ ସଂଖ୍ୟା ୨୨ରୁ ୧୯କୁ ହ୍ରାସ କରିଛି। ଗ୍ରେଡ୍ ‘ଏ’ ପାଇଁ ୫୦ ଲକ୍ଷ, ‘ବି’ ପାଇଁ ୩୦ ଲକ୍ଷ ଏବଂ ‘ସି’ ପାଇଁ ୧୦ ଲକ୍ଷ ଟଙ୍କା ବାର୍ଷିକ ପ୍ରଦାନ କରାଯାଇଥାଏ। ଦୁଇ ନାମୀ ଖେଳାଳି ବେଦ କ୍ରିଷ୍ଣମୂର୍ତ୍ତୀ, ଏକତା ବିସ୍ତ ଏବଂ ଦୟଲନ ହେମଲତା ଓ ଅନୂଜା ପାଟିଲ ତାଲିକାରୁ ବାଦ୍ ପଡ଼ିଛନ୍ତି। ଗ୍ରେଡ୍ ‘ଏ’ରେ ହରମନପ୍ରୀତ କୌର, ସ୍ମୃତି ମନ୍ଧାନା ଓ ପୁନମ ଯାଦବ ରହିଛନ୍ତି। ଗ୍ରେଡ ‘ବି’ରେ ମିଥାଲି ରାଜ, ଝୁଲଣ ଗୋସ୍ବାମୀ, ଦୀପ୍ତି ଶର୍ମା, ପୁନମ ରାଉତ, ରାଜେଶ୍ୱରୀ ଗାଏକ୍ୱାଡ, ଶେଫାଳି ବର୍ମା, ରାଧା ଯାଦବ, ଶିଖା ପାଣ୍ଡେ, ତାନିୟା ଭାଟି ଓ ଜେମିମା ରୋଡ୍ରିଗ୍ବେଜ ରହିଥିବାବେଳେ ଗ୍ରୁପ୍ ‘ସି’ରେ ମାନସି ଜୋଶୀ, ଅରୁନ୍ଧତୀ ରେଡ୍ଡୀ, ପୂଜା ବସ୍ତ୍ରକାର, ହରଲୀନ ଦେଓଲ, ପ୍ରିୟା ପୁନିଆ ଓ ରିଚା ଘୋଷ ସ୍ଥାନ ପାଇଛନ୍ତି।