ଶେଫାଳୀ ହେବେ ନେଦରଲାଣ୍ଡସ୍‌ରେ ଆମେରିକା ରାଷ୍ଟ୍ରଦୂତ

ଓ୍ବାଶିଂଟନ,୧୨।୩: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଭାରତରେ ଜନ୍ମିତ ରାଜନୈତିକ କର୍ମୀ ଶେଫାଳୀ ରାଜଦାନ ଡୁଗ୍ଗଲଙ୍କୁ ନେଦରଲାଣ୍ଡସ୍‌ ପାଇଁ ରାଷ୍ଟ୍ରଦୂତ ଭାବେ ମନୋନୀତ କରିଛନ୍ତି। ୫୦ ବର୍ଷୀୟା ଶେଫାଳୀଙ୍କ ଜନ୍ମ ଜମ୍ମୁ-କଶ୍ମୀରରେ। ସେ ଆମେରିକାର ସିନ୍‌ସିନାଟି, ଶିକାଗୋ, ନ୍ୟୁୟର୍କ ଏବଂ ବୋଷ୍ଟନରେ ପାଠ ପଢ଼ିବା ସହ ସେଠାକାର ରାଜନୀତିରେ ସାମିଲ ହୋଇଥିଲେ। ହ୍ବାଇଟ ହାଉସ୍‌ ପକ୍ଷରୁ ତାଙ୍କୁ ନେଦରଲାଣ୍ଡସ୍‌ ପାଇଁ ଆମେରିକା ରାଷ୍ଟ୍ରଦୂତ ଘୋଷଣା କରାଯିବା ସହ ଅନ୍ୟ କେତେକ ପ୍ରଶାସନିକ ଓ କୂଟନୈତିକ ପଦବୀ ସମ୍ପର୍କରେ ଘୋଷଣା କରାଯାଇଛି। ବାରାକ ଓବାମା ଏବଂ ହିଲାରି କ୍ଲିଣ୍ଟନଙ୍କ ପାଇଁ ରାଷ୍ଟ୍ରପତି ନିର୍ବାଚନ ପ୍ରଚାରରେ  ସେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।

Share