Posted inଖେଳ

ଶେଫାଳିଙ୍କ ବିରଳ କୃତିତ୍ୱ

ବ୍ରିଷ୍ଟଲ, ୧୯।୬-ଏଠାରେ ଚାଲିଥିବା ଏକମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଭାରତୀୟ ଦଳ ସଂଘର୍ଷ କରୁଥିଲେ ହେଁ ବ୍ୟକ୍ତିଗତ ଭାବେ ଶେଫାଳି ବର୍ମା ଚମତ୍କାର ପ୍ରଦର୍ଶନ ଅବ୍ୟାହତ ରଖିଛନ୍ତି। ନିଜ ପଦାର୍ପଣ ଟେଷ୍ଟର ଉଭୟ ଇନିଂସରେ ଅର୍ଦ୍ଧଶତକ ହାସଲ କରି ସେ ଅନ୍ୟ ଭାରତୀୟ ଖେଳାଳିଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ୧୭ ବର୍ଷୀୟା ଶେଫାଳି ପ୍ରଥମ ଇନିଂସରେ ୯୬ ରନରେ ଆଉଟ ହୋଇ ମାତ୍ର ୪ ରନ ପାଇଁ ଶତକ ହାସଲରୁ ବଞ୍ଚତ୍ତ ହୋଇଥିଲେ। ଶୁକ୍ରବାର ତୃତୀୟ ଦିବସରେ ବର୍ଷା ଯୋଗୁ ଖେଳ ବନ୍ଦ ରହିବା ବେଳକୁ ଭାରତ ଦ୍ୱିତୀୟ ଇନିଂସରେ ୧ ଉଇକେଟ ହରାଇ ୮୩ ରନ କରିଥିଲା। ପ୍ରଥମ ଇନିଂସ ପରି ଦ୍ୱିତୀୟ ଇନିଂସରେ ମଧ୍ୟ ନିର୍ଭୀକ ବ୍ୟାଟିଂ କରିଥିବା ଶେଫାଳି ୬୮ ବଲ୍‌ରୁ ୧୧ ଚୌକା ସହାୟତାରେ ୫୫ ଏବଂ ଦୀପ୍ତି ଶର୍ମା ୧୮(୬୬ ବଲ, ୨ ଚୌକା) ରନକରି ଅପରାଜିତ ରହିଥିଲେ। ସ୍ମୃତି ମନ୍ଧାନା ୮ ରନ କରି ଆଉଟ ହୋଇଛନ୍ତି। ମହିଳା କ୍ରିକେଟରେ ବିଶ୍ୱର ସର୍ବକନିଷ୍ଠ ଖେଳାଳିଭାବେ ଶେଫାଳି ନିଜ ପଦାର୍ପଣ ଟେଷ୍ଟର ଉଭୟ ଇନିଂସରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଉଭୟ ମହିଳା ଓ ପୁରୁଷ ଟେଷ୍ଟ କ୍ରିକେଟକୁ ଦେଖିଲେ କେବଳ ପୂର୍ବତନ ଟିମ୍‌ ଇଣ୍ଡିଆ ଅଧିନାୟକ ସଚିନ ତେନ୍ଦୁଲକର କମ୍‌ ବୟସରେ ଏହି ସଫଳତା ପାଇଥିଲେ। ସଚିନ ୧୯୯୦ରେ ୧୭ ବର୍ଷ ୧୦୭ ଦିନର ହୋଇଥିବାବେଳେ ପଦାର୍ପଣ ଟେଷ୍ଟର ଉଭୟ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିଲେ। ଶେଫାଳି ୧୭ ବର୍ଷ ୧୩୯ ଦିନର ହୋଇଥିବାବେଳେ ଏହି ବିରଳ କୃତିତ୍ୱ ଅର୍ଜନ କରିଛନ୍ତି। ହାତରେ ୯ ଉଇକେଟ ସୁରକ୍ଷିତ ଥିବାବେଳେ ଭାରତ ଏବେ ମଧ୍ୟ ଇଂଲଣ୍ଡ ପ୍ରଥମ ଇନିଂସ ସ୍କୋରଠାରୁ ୮୨ ରନ ପଛରେ ରହିଛି। ଶନିବାର ଟେଷ୍ଟର ଅନ୍ତିମ ଦିବସ।
ଭାରତ ପ୍ରଥମ ଇନିଂସରେ ୨୩୧ ରନରେ ଅଲଆଉଟ ହୋଇଯିବାରୁ ଫଲୋଅନ ଡାକରା ପାଇଥିଲା। ଇଂଲଣ୍ଡ ଏହାର ପ୍ରଥମ ଇନିଂକୁ ୩୯୫/୯ରେ ଘୋଷଣା କରିଥିବାରୁ ଭାରତ ୧୬୫ ରନ ପଛରେ ରହି ଯାଇଥିଲା। ଦ୍ୱିତୀୟ ଦିବସର ଅସମାପ୍ତ ସ୍କୋର ୧୮୭/୫ରୁ ଖେଳ ଆରମ୍ଭ କରିଥିବା ଭାରତ ଶୁକ୍ରବାର ତୃତୀୟ ଦିବସରେ ୨୧.୨ ଓଭର ଖେଳି ଆଉ ୪୪ ରନ ଯୋଗକରି ଅବଶିଷ୍ଟ ୫ ଉଇକେଟ ହରାଇଥିଲା। ଦୀପ୍ତି ଶର୍ମା ୨୯ (୭୩ ବଲ, ୪ ଚୌକା) ରନରେ ଅପରାଜିତ ରହିଥିଲେ। ଇଂଲଣ୍ଡ ପକ୍ଷରୁ ସୋଫି ଏକ୍‌ଲେଷ୍ଟୋନ ୪ଟି, ହିଥର ନାଇଟ ୨ଟି ଏବଂ କ୍ୟାଥରିନ ବ୍ରୁଣ୍ଟ, ଆନ୍ୟା ଶ୍ରୁବସୋଲେ, ନାତାଲି ସ୍କିଭର ଓ କେଟ୍‌ କ୍ରସ୍‌ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ ପ୍ରଥମ ଇନିଂସ: ୩୯୬/୯(ଘୋଷଣା)। ଭାରତ ପ୍ରଥମ ଇନିଂସ: ୨୩୧/ଅଲଆଉଟ (ଶେଫାଳି ବର୍ମା-୯୬, ସ୍ମୃତି ମନ୍ଧାନା-୭୮, ଦୀପ୍ତି ଶର୍ମା-୨୯*, ସୋଫି ଏକ୍‌ଲେଷ୍ଟୋନ-୪/୮୮, ହିଥର ନାଇଟ-୨/୭)। ଫଲୋଅନ ପରେ ଭାରତ ଦ୍ୱିତୀୟ ଇନିଂସ: ୮୩/୧(ଶେଫାଳି ବର୍ମା-୫୫*, ଦୀପ୍ତି ଶର୍ମା-୧୮*, କ୍ୟାଥରିନ ବ୍ରୁଣ୍ଟ-୧/୨୧)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ପହଞ୍ଚିଲା ଆର୍‌ସିବି, ଜାଣନ୍ତୁ କେଉଁ ଦଳ ପ୍ରଥମ, ଦ୍ୱିତୀୟ

ବେଙ୍ଗାଲୁରୁ,୨୫ା୪: ବିରାଟ କୋହଲିଙ୍କ ଅର୍ଦ୍ଧଶତକ ଓ ଜୋଶ ହାଜେଲଉଡଙ୍କ ୪ ଉଇକେଟ ସଫଳତା ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୧୧ ରନ୍‌ରେ ରାଜସ୍ଥାନ ରୟାଲ୍ସ...

ପାକିସ୍ତାନ ସହ ଖେଳିବ ନାହିଁ କି ଭାରତ: ପହଲଗାମ ଆକ୍ରମଣ ପରେ ICCକୁ ଚିଠି ଲେଖିଲା BCCI

ନୂଆଦିଲ୍ଲୀ,୨୫।୪: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ଭାରତୀୟ କ୍ରିକେଟ ଦଳ ଆଉ ପାକିସ୍ତାନ ସହିତ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳିବ ନାହିଁ। ଉଭୟ ଦଳ...

ଟି-୨୦ ବଡ଼ କାରନାମା କଲେ ବିରାଟ କୋହଲି: ବାବର ଆଜମଙ୍କୁ ପଛରେ ପକାଇଲେ

ବେଙ୍ଗାଲୁରୁ,୨୫।୪:ଆଇପିଏଲ ୨୦୨୫ର ୪୨ତମ ମ୍ୟାଚ ବେଙ୍ଗାଲୁରୁର ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ RCB...

ଆରମ୍ଭ ହେଲା କବାଡ଼ି ପ୍ରମିୟର ଲିଗ୍‌: ସାମିଲ ହେଲେ ୧୨ ଦଳ

ସମ୍ବଲପୁର,୨୪ା୪(ବି.ଶଙ୍କର): ସମ୍ବଲପୁର କବାଡ଼ି କ୍ଲବ ଓ ସମ୍ବଲପୁର ବଏଜ ମିଳିତ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ସମ୍ବଲପୁର କବାଡ଼ି ପ୍ରିମିୟର ଲିଗ(ଏସ୍‌କେପିଏଲ) ଗୁରୁବାର ରାତିରେ ଗଙ୍ଗାଧର ମୁକ୍ତ...

ଭାରତ ଆସିବେନି ନଦିମ

ନୂଆଦିଲ୍ଲୀ,୨୪ା୪: ଆସନ୍ତା ମେ’ ୨୪ ତାରିଖରୁ ବେଙ୍ଗାଲୁରୁରେ ହେବାକୁ ଥିବା ନୀରଜ ଚୋପ୍ରା କ୍ଲାସିକ ଇଭେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପାକିସ୍ତାନର ଅଲିମ୍ପିକ ଚାମ୍ପିୟନ ଅର୍ଶଦ ନଦିମ...

ମାଡ୍ରିଡ୍‌ ଓପନରୁ ଓହରିଲେ ଅଲ୍‌କାରାଜ

ମାଡ୍ରିଡ୍‌,୨୪ା୪: ଇଞ୍ଜୁରୀ ଯୋଗୁ ଦର୍ଶକଙ୍କ ଫେଭରାଇଟ୍‌ କାର୍ଲୋସ ଅଲ୍‌କାରାଜ ମାଡ୍ରିଡ୍‌ ଓପନ ଟେନିସ ଟୁର୍ନାମେଣ୍ଟରୁ ଓହରି ଯାଇଛନ୍ତି। ଗତ ରବିବାର ବାର୍ସିଲୋନା ଓପନ ଫାଇନାଲ ବେଳେ...

ସଙ୍କଟରେ ପିଏସ୍‌ଏଲ୍‌: ଫେରି ଆସିବେ ଭାରତୀୟ ବ୍ରଡକାଷ୍ଟର

କରାଚୀ,୨୪ା୪: ଆଗାମୀ ଦିନରେ ପାକିସ୍ତାନ ସୁପର ଲିଗ (ପିଏସ୍‌ଏଲ୍‌)ର ପ୍ରସାରଣ ସଙ୍କଟରେ ପଡ଼ିପାରେ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଦେଖାଦେଇଥିବା ତିକ୍ତତା...

ପ୍ରେମିକାଙ୍କୁ ଧୋକା ଦେଇ ଅନ୍ୟ ଜଣେ ଯୁବତୀଙ୍କ ସହ ନଜର ଆସିଲେ ପୃଥ୍ବୀ ଶ’, କ୍ୟାମେରା ଦେଖି ଲୁଚାଇଲେ ମୁହଁ;Video

ନୂଆଦିଲ୍ଲୀ,୨୪।୪: ପ୍ରଥମ ପ୍ରେମିକାଙ୍କୁ ଧୋକା। ପୁଣି ଥରେ ପ୍ରେମରେ ପଡ଼ିଛନ୍ତି କ୍ରିକେଟର ପୃଥ୍ବୀ ଶ’। କିଛି ଏଭଳି ଚର୍ଚ୍ଚା ଏବେ ସୋସିଆଲ ମିଡିଆରେ ବଢ଼ିବାରେ ଲାଗିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image