‘ମୋ ସଫଳତା ପଛରେ କେବଳ ଜଣେ, ସିଦ୍ଧାର୍ଥ…’

ବମ୍ବେ: ପୁଣିଥରେ ସ୍ବର୍ଗତ ପ୍ରେମିକ ସିଦ୍ଧାର୍ଥ ଶୁକ୍ଳାଙ୍କୁ ମନେ ପକାଇଛନ୍ତି ଶେହନାଜ ଗିଲ। ବିଗ୍‌ବସ୍‌ ଘରୁ ସେ ଆରମ୍ଭ କରିଥିବା ଯାତ୍ରା ବହୁତ ଆଗକୁ ବଢ଼ିଲାଣି। ଏବେ ସେ ଫିଲ୍ମଜଗତର ବଡ ନାମ ପାଲଟିଛନ୍ତି। ଶେହନାଜଙ୍କୁ ତାଙ୍କର କାମ ସହ ଲୋକପ୍ରିୟତାକୁ ନେଇ ‘ଫିଲ୍ମଫେୟାର ମିଡିଲ୍‌ ଇଷ୍ଟ ଆଚିଭର୍ସ’ ପୁରସ୍କାର ମିଳିଛି। ପୁରସ୍କାର ଲାଗି ଶେହନାଜ ଦୁବାଇ ଯାଇଥିଲେ। ସେଠାରେ ସେ କେବଳ ଜଣିଏ ବ୍ୟକ୍ତିଙ୍କୁ ନିଜ ପୁରସ୍କାରର ଶ୍ରେୟ ଦେଇଛନ୍ତି। ସେ ହେଉଛନ୍ତି ସିଦ୍ଧାର୍ଥ।

ନିଜର ପରିବାର, ବନ୍ଧୁ ଏବଂ ସହକର୍ମୀଙ୍କୁ ବାଦ୍‌ ଦେଇ ଶେହନାଜ ନିଜର ସଫଳତାକୁ ସିଦ୍ଧାର୍ଥଙ୍କ ସହ ବାଣ୍ଟିବା ନିଷ୍ପତ୍ତି ତାଙ୍କ ପ୍ରେମକୁ ଦର୍ଶାଉଛି। ଆଜି ସେ ନାହାନ୍ତି ସତ, ହେଲେ ଶେହନାଜଙ୍କ ପାଇଁ ସେ ସବୁବେଳେ ତାଙ୍କର ହୋଇ ରହିବେ। ସେଥିଲାଗି ତ ତାଙ୍କ ଜୀବନରେ ଆସିବା ଲାଗି ସିଦ୍ଧାର୍ଥଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ଏବେ ଶେହନାଜଙ୍କ ପୁରସ୍କାର ନେବା ବେଳର ଭିଡିଓ ଭାଇରାଲ ହେଉଛି। ଏହାକୁ ଦେଖି ଉଭୟଙ୍କ ପ୍ରଶଂସକ ଭାବବିହ୍ବଳ ହେଉଛନ୍ତି। ଉପରକୁ ହସୁଥିବା ମୁହଁ ତଳେ କେତେ ଲୁହ ଚାପି ହୋଇ ରହିଛି ତାହା ଶେହନାଜ ହିଁ ଜାଣିଥିବେ ବୋଲି ସମସ୍ତେ କହୁଛନ୍ତି।

Share