ଟ୍ରୋଲର୍‌ଙ୍କୁ ଜବାବ ଦେଲେ ଶେହନାଜ

ବମ୍ବେ: ବିଗ୍‌ବସ୍‌ ଭାଗ୍ୟ ବଦଳାଇବା ପରେ ଏବେ ବଲିଉଡ୍‌ରେ ପାଦ ଥାପିବାକୁ ଯାଉଛନ୍ତି ପଞ୍ଜାବୀ ଅଭିନେତ୍ରୀ ଶେହନାଜ ଗିଲ। ଅକ୍ଟୋବର ୬ରେ ତାଙ୍କ ଫିଲ୍ମ ‘ଥ୍ୟାଙ୍କ ୟୁ ଫର କମିଂ’ ରିଲିଜ ହେବ। ଫିଲ୍ମରେ ସେ ବୋଲ୍ଡ ଲୁକ୍‌ରେ ନଜର ଆସିବେ, ଏହି କାରଣରୁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି। ସେ କରୁଥିବା କିଛି ଜିନିଷ ମିଥ୍ୟା ବୋଲି ତାଙ୍କ ହେଟ୍‌ରମାନେ ଭାବନ୍ତି। ଏବେ ଏହାକୁ ନେଇ ଜବାବ ଦେଇଛନ୍ତି ଶେହନାଜ।

ଏକ ସାକ୍ଷାତକାରରେ ଶେହନାଜ କହିଛନ୍ତି, ମୁଁ ନିଜର ଫ୍ୟାନ୍‌ ଫଲୋଇଂକୁ ଭଲପାଏ। ହେଲେ କିଛି ଅଛନ୍ତି ଯେଉଁମାନେ ମୋତେ ଘୃଣା କରନ୍ତି। କାରଣ ତାଙ୍କୁ ମୁଁ କରୁଥିବା ସବୁକିଛି ମିଛ ବୋଲି ଲାଗେ। କିଏ ଏଭଳି କେମିତି ହୋଇପାରିବ ବୋଲି ସେମାନେ ଭାବନ୍ତି। ଏପରିକି ମୁଁ ବହୁତ କ୍ୟୁଟ୍‌ ବୋଲି ସେମାନେ ହଜମ କରିପାରନ୍ତି ନାହିଁ ବୋଲି ଶେହନାଜ କହିଛନ୍ତି।

Share