ଶେହନାଜଙ୍କ ଗୋଡ ତଳେ ଲାଗୁନି

ଅଭିନେତ୍ରୀ ଶେହନାଜ ଗିଲ୍‌ଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ତାଙ୍କ ସୌନ୍ଦର୍ଯ୍ୟ ଏବଂ ଚୁଲ୍‌ବୁଲି ଅନ୍ଦାଜରେ ଲକ୍ଷ ଲକ୍ଷ ଫ୍ୟାନ ଫିଦା। ବିଗ୍‌ ବସ-୧୩ରୁ ରାତାରାତି ଫେମସ ହୋଇଥିବା ଏହି ପଞ୍ଜାବୀ ଅଭିନେତ୍ରୀ ଖୁବ୍‌ଶୀଘ୍ର ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ସେ ଗୋଟିଏ ପରେ ଗୋଟିଏ ବଡ଼ ସଫଳତା ହାସଲ କରିବାରେ ଲାଗିଛନ୍ତି। ତାଙ୍କ ଭାଗ୍ୟ ବଦଳିବାରେ ଲାଗଛି। କୁହାଯାଉଛି, ଶେହନାଜଙ୍କ ହାତରେ ଏବେ ଆଉ ଏକ ବଡ଼ ଫିଲ୍ମ ଅଛି। ଏଥିପାଇଁ ସେ ବେଶ୍‌ ଖୁସି ମଧ୍ୟ ଅଛନ୍ତି।
ନିକଟରେ ଶେହନାଜ ମୁମ୍ବାଇର ମେହବୁବା ଷ୍ଟୁଡିଓ ବାହାରେ ନଜରକୁ ଆସିଥିଲେ। ସେ ଖୁବ୍‌ ଶୀଘ୍ର ଅଭିନେତା ସଞ୍ଜୟ ଦତ୍ତଙ୍କ ସହ ଆମେରିକା ଯାଉଥିବା ଅପେକ୍ଷାରତ ଫଟୋଗ୍ରାଫର୍‌ଙ୍କୁ ସୂଚନା ଦେଇଥିଲେ। କୁହାଯାଉଛି ସଲ୍‌ମାନଙ୍କ ସହ ‘କଭି ଇଦ କଭି ଦିୱାଲି’ ପରେ ସେ ସଞ୍ଜୟ ଦତ୍ତଙ୍କ ସହ ଆଉ ଏକ ଫିଲ୍ମ କରିବାକୁ ଯାଉଛନ୍ତି।
ପଞ୍ଜାବ ଇଣ୍ଡଷ୍ଟ୍ରି ପରେ ଶେହନାଜ୍‌ ବଲିଉଡ୍‌କୁ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛନ୍ତି। ସେ ବଲିଉଡ୍‌ର ସୁପରଷ୍ଟାର ସଲ୍‌ମାନ ଖାନଙ୍କ ସହ ନଜର ଆସିବେ। ଶେହନାଜଙ୍କୁ ‘କଭି ଇଦ କଭି ଦିୱାଲି’ରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ସଲ୍‌ମାନ ଖାନ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ବେଳେ ତାଙ୍କ ଭିଣୋଇ ଆୟୁଷ ଶର୍ମାଙ୍କୁ ମଧ୍ୟ ଦେଖିବାକୁ ମିଳିବ। କୁହାଯାଉଛି, ଶେହନାଜଙ୍କୁ ଆୟୁଷଙ୍କ ଅପୋଜିଟ୍‌ରେ କାଷ୍ଟ କରାଯାଇଛି।
ବୟଫ୍ରେଣ୍ଡ୍‌ ତଥା ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପରେ ପୂରାପୂରି ଭାଙ୍ଗି ପଡିଥିଲେ ଶେହନାଜ୍‌। ଏବେ ସେ ଧୀରେ ଧୀରେ ପୂର୍ବ ସ୍ଥିତିକୁ ଫେରିଛନ୍ତି। ପୁଣି ଥରେ କ୍ୟାମେରା ସାମ୍ନାକୁ ଆସିବାକୁ ଲାଗିଛନ୍ତି। ଏହାରି ଭିତରେ ଶେହନାଜ ଓ ସଲ୍‌ମାନଙ୍କ ମଧ୍ୟରେ ସ୍ପେଶାଲ ବଣ୍ଡିଂ ରହିଛି। ଶେହନାଜ ଅନେକଥର ବିଗ୍‌ ବସ ଶୋ’ ଆସିଛନ୍ତି। ସଲମାନ୍‌ ମଧ୍ୟ ତାଙ୍କୁ ଖୁବ୍‌ ପସନ୍ଦ କରନ୍ତି। ଅନେକ ଥର କ୍ୟାମେରା ସାମ୍ନାରେ ସଲ୍‌ମାନ ଶେହନାଜଙ୍କ ପ୍ରଶଂସା ମଧ୍ୟ କରି ସାରିଛନ୍ତି।

Share