ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ପ୍ରଥମଥର ଏମିତି ପୋଷ୍ଟ କଲେ ଶେହନାଜ

ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଏହି ଦୁନିଆ ଛାଡିବାର ପ୍ରାୟ ମାସ ବିତିବାକୁ ଯାଉଛି, କିନ୍ତୁ ପ୍ରଶଂସକମାନେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ବିଗ ବସ ଘରେ ସିଦ୍ଧାର୍ଥଙ୍କ ସହ ଶେହନାଜ ଗିଲଙ୍କ ସହ ବନ୍ଧୁତା ବେଶ୍‌ ଚର୍ଚ୍ଚାରେ ଥିଲା। ଉଭୟଙ୍କ କେମେଷ୍ଟ୍ରି ରିଲ୍‌ ନୁହେଁ, ରିୟଲରେ ଦେଖିବାକୁ ଚାହୁଁଥିଲେ ପ୍ରଶଂସକ। କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା।, ଶେହନାଜଙ୍କୁ ଏକୁଟିଆ କରି ଆରପାରିକୁ ଚାଲିଗଲେ ସିଦ୍ଧାର୍ଥ। ତାଙ୍କ ମୃତ୍ୟୁ ପରେ ଶେହନାଜଙ୍କ ପ୍ରଥମ ପୋଷ୍ଟ ସାମ୍ନାକୁ ଆସିଛି। ଏହି ପୋଷ୍ଟ ଦେଖିବା ପରେ ପ୍ରଶଂସକମାନେ ଭାବପ୍ରବଣ ହୋଇପଡିଛନ୍ତି।
ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଶେହାନାଜ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ। ସୋସିଆଲ ମିଡିଆରେ ସର୍ବଦା ସକ୍ରିୟ ରହୁଥିବା ଶେହନାଜ ସିଦ୍ଧାର୍ଥଙ୍କ ମୃତ୍ୟୁ ପରଠାରୁ ଗୋଟିଏ ବି ସୋସିଆଲ ମିଡିଆ ପୋଷ୍ଟ କରି ନ ଥିଲେ। ଏବେ ଏକ ପୋଷ୍ଟରେ ସିଦ୍ଧାର୍ଥଙ୍କ ସହ ସେ ଏକ ବିଶେଷ ଫଟୋ ଶେୟାର କରିଛନ୍ତି। ଏଥିରେ ସିଦ୍ଧାର୍ଥ ଏବଂ ସେ ହସୁଥିବା ନଜର ଆସିଛନ୍ତି। ସେ ଶେହନାଜଙ୍କ କୋଳରେ ଶୋଇଥିବାର ଦେଖାଯାଇଛି। ଏହି ଫଟୋ ଉଭୟଙ୍କ ବିଗ ବସ ଦିନକୁ ମନେ ପକାଇଥାଏ। ଏହି ଫଟୋରେ ଲେଖା ଅଛି, ତୁ ଏଠାରେ ଅଛୁ… ସିଦ୍ଧାର୍ଥ ଶୁକ୍ଲାଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି।’ ଏହା ସହିତ ଶେହନାଜ କ୍ୟାପସନରେ ଲେଖିଛନ୍ତି, ତୁମେ ମୋର ଏବଂ ମୋର ହିଁ ରହିବ। ବିଗ୍‌ ବସ୍‌ ଘରେ ମଧ୍ୟ ସିଦ୍ଧାର୍ଥଙ୍କୁ ଏହି କଥା ସବୁବେଳେ କହୁଥିଲେ ଶେହନାଜ।
ନିକଟରେ ଶେହନାଜ ଗିଲଙ୍କ ଫିଲ୍ମ ‘ହୌସଲା ରଖ’ ରିଲିଜ ହୋଇଛି। ତାଙ୍କ ସହ ଦିଲଜିତ ଦୋସାଞ୍ଜ ଏବଂ ସୋନମ ବାଜୱା ଏହି ଫିଲ୍ମରେ ନଜର ଆସିଛନ୍ତି। ନିକଟରେ ସିଦ୍ଧାର୍ଥ ଶୁକ୍ଲା ଏବଂ ଶେହନାଜ ଗିଲଙ୍କ ମିଳିତ ଭାବେ ଶେଷ ହୋଇଥିବା ଶେଷ ଗୀତ ମଧ୍ୟ ରିଲିଜ ହୋଇଛି, ଯାହା ପ୍ରଶଂସକଙ୍କଠାରୁ ଭଲ ପ୍ରତିକ୍ରିୟା ପାଇଛି।

Share