ରାଘବ ଜୁୟାଲଙ୍କୁ ଡେଟିଂ କଥା ଶୁଣି ରାଗିଗଲେ ଶେହନାଜ

ବମ୍ବେ: ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ପରେ ଭାଙ୍ଗି ପଡ଼ିଥିଲେ ଶେହନାଜ ଗିଲ୍‌। ବିଗ୍‌ ବସ୍‌ର ଏହି ଚର୍ଚ୍ଚିତ ଯୋଡ଼ିର ବିଚ୍ଛେଦ ଆଜି ବି ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି। ହେଲେ ଏବେ ଶେହନାଜ ଜୀବନରେ ଆଗକୁ ବଢ଼ି କାମ ଉପରେ ଧ୍ୟାନ ଦେଉଛନ୍ତି। ଏସବୁ ମଧ୍ୟରେ ସେ ପୁଣିଥରେ ପ୍ରେମରେ ପଡ଼ିଥିବା ଚର୍ଚ୍ଚା ହେଉଥିଲା। କୋରିଓଗ୍ରାଫର ରାଘବ ଜୁୟାଲଙ୍କୁ ସେ ଡେଟ୍‌ କରୁଥିବା କୁହାଯାଉଥିଲା। ହେଲେ ଏସବୁକୁ ଗୁଜବ ବୋଲି କହି ସ୍ପଷ୍ଟ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି ଶେହନାଜ।

ନିକଟରେ ଶେହନାଜ ତାଙ୍କ ଭାଇଙ୍କ ଗୀତ ଲଞ୍ଚ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। ସେଠାରେ ସେ ଲିଙ୍କଅପ୍‌ ଖବରକୁ ନେଇ ମୁହଁ ଖୋଲିଛନ୍ତି। ଯଦି କାହା ସହ ଛିଡ଼ା ହୋଇଗଲେ କିମ୍ବା କାହା ସହ ବୁଲିଲେ ସମ୍ପର୍କରେ ଥିବା କୁହାଯାଏ। ତେବେ କ’ଣ କୁହାଯିବ। ଏଭଳି ମିଥ୍ୟା ଖବର ସାମ୍ନାକୁ ଆସେ। ଏହାକୁ ଦେଖି ମୋର ପ୍ରତିକ୍ରିୟା ଦେବା ଠିକ୍‌ ନୁହେଁ ବୋଲି ଶେହନାଜ ରାଗରେ କହିଛନ୍ତି।

Share