ବମ୍ବେ: ପୁଣି ପ୍ରେମିକ ଖୋଜିଲେଣି ବିଗ୍ବସ୍ ଫେମ୍ ଶେହନାଜ ଗିଲ। କଥିତ ପ୍ରେମିକ ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପରେ ଏକା ହୋଇଯାଇଛନ୍ତି ସେ। ଏବେ ଏହାକୁ ଦୁଇ ବର୍ଷ ବିତିଲାଣି। ଆଗକୁ ବଢ଼ି ଶେହନାଜ ନିଜର ସିଙ୍ଗଲ୍ ଷ୍ଟାଟସ୍କୁ ବଦଳାଇବାକୁ ଚାହୁଁଥିବା ସ୍ପଷ୍ଟ ହୋଇଛି।
କଥାଟି ଏପରି। ଶେହନାଜଙ୍କ ଚାଟ୍ ଶୋ’ ‘ଦେଶି ଭାଇବ୍ସ’ରେ ଶାହିଦ କପୁର ନିଜର ଓ୍ବେବ୍ ସିରିଜ ‘ଫର୍ଜି’କୁ ପ୍ରମୋଟ କରିବାକୁ ଆସିଥିଲେ। ଏଥିରେ ତାଙ୍କୁ ଭାଇ ଶେହବାଜଙ୍କ ଭଳି ଅନେକ ଭାଇ ମିଳନ୍ତୁ ବୋଲି ଶାହିଦ କହିଥିଲେ। ଏହାଶୁଣି ଶେହନାଜ ନିରାଶ ହେବା ସହ ଜୀବନରେ ଭାଇର ଆବଶ୍ୟକତା ନାହିଁ, ବରଂ ପ୍ରେମିକର ରହିଛି ବୋଲି କହିଥିଲେ। ଏପରିକି ସେ ତାଙ୍କର ରକ୍ଷା ପାଇଁ ବାଉନ୍ସର ନେଇ ଆସିବେ। ଭାଇର ଆବଶ୍ୟକତା ନ ଥିବା କହିଥିଲେ।
ବିଗ୍ବସ୍ ୧୩ରେ ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ ଶେହନାଜ। ସେତେବେଳେ ତାଙ୍କୁ କେହି ବିଜାଣି ନ ଥିଲେ। ହେଲେ ସେ ଏତେ ଲୋକପ୍ରିୟତା ହାସଲ କରି ନେଇଥିଲେ ଯେ ତାଙ୍କୁ ଏବେ କୌଣସି ପରିଚୟର ଆବଶ୍ୟକତା ନାହିଁ। ବଲିଉଡ୍ର ଅନେକ ଫିଲ୍ମ ସହ ମଡେଲିଂ ଏବଂ ମ୍ୟୁଜିକ ଭିଡିଓ ଆଦିରେ ତାଙ୍କ କାମକୁ ବେଶ ପସନ୍ଦ କରାଯାଉଛି।