କିମିଆ କରୁଛି ଶେହନାଜଙ୍କ ବୋଲ୍ଡ ଲୁକ୍‌

ବମ୍ବେ: ବିଗ୍‌ବସ୍‌ର ୧୩ତମ ସିଜିନରେ ନଜର ଆସିଥିଲେ ଶେହନାଜ ଗିଲ। ଶୋ’ରେ ସିଦ୍ଧାର୍ଥ ଶୁକ୍ଳାଙ୍କ ସହ ତାଙ୍କର ଥଟ୍ଟାମଜା ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା। ନିଜର ଚୁଲବୁଲି ସ୍ବଭାବ ଯୋଗୁ ଉଭୟ ଫାଇନାଲରେ ପହଞ୍ଚିଥିଲେ। ଶୋ’ ସିଦ୍ଧାର୍ଥ ଜିତିଥିଲେ ହେଁ ଶେହନାଜଙ୍କ ଲୋକପ୍ରିୟତା ଢ଼େର ବଢ଼ିଯାଇଛି। ପ୍ରତିଯୋଗୀ ଥିବା ସମୟରେ ସେ ବେଶ୍‌ ମୋଟି ନଜର ଆସୁଥିଲେ। ହେଲେ ଏବେ ସବୁକିଛି ବଦଳିଯାଇଛି।

ଡାଏଟ୍‌ ଏବଂ ବ୍ୟାୟାମ ଯୋଗୁ ଶେହନାଜ ପତଳି ହୋଇଛନ୍ତି। ଫଳରେ ଅଧିକ ଆକର୍ଷଣୀୟ ଲାଗୁଛନ୍ତି। ପାଖାପାଖି ଦୁଇ ବର୍ଷ ମଧ୍ୟରେ ଶେହନାଜ ସଫଳତାର ଶୀର୍ଷକୁ ଚଢ଼ିବାରେ ଲାଗିଛନ୍ତି। ପ୍ରାୟ ପ୍ରତିଦିନ ସେ ନିଜର ଫଟୋ ସୋସିଆଲ ମିଡିଆରେ ଛାଡ଼ୁଛନ୍ତି। ଯାହାକୁ ଦେଖି ପ୍ରଶଂସକ ବାହାବା କରୁଛନ୍ତି। ନିକଟରେ ଶେହନାଜଙ୍କ ଏକ ଫଟୋଶୁଟ୍‌ର ଫଟୋ ବେଶ ଭାଇରାଲ ହେଉଛି। ଏଥିରେ ସେ ବୋଲ୍ଡ ଲୁକ୍‌ରେ ନଜର ଆସୁଛନ୍ତି।

Share