ଫୋନ୍‌ ଓ୍ବାଲ୍‌ପେପର୍‌ରେ ଏବେ ବି ଅଛି ସିର୍ଦ୍ଧାର୍ଥଙ୍କ ଫଟୋ

ବମ୍ବେ: ସିଦ୍ଧାର୍ଥ ନାହାନ୍ତି ସତ, ହେଲେ ପଛରେ ରହିଯାଇଛି ତାଙ୍କର ସ୍ମୃତି। ଭୁଲିବାକୁ ଚାହିଁଲେ ବି ଭୁଲିପାରୁନାହାନ୍ତି ଶେହନାଜ ଗିଲ। କିଛି ଏଭଳି ଚର୍ଚ୍ଚା ଏବେ ଜୋର ଧରିଛି।

୩୯ ବର୍ଷ ବୟସରେ ହୃଦ୍‌ଘାତରେ ସିର୍ଦ୍ଧାର୍ଥଙ୍କ ମୃତ୍ୟୁ ଘଟିଛି। ଏଥିରେ ସବୁଠାରୁ ବଡ଼ ଧକ୍କା ଶେହନାଜଙ୍କୁ ଲାଗିଥିଲା। କାରଣ ଉଭୟ ପ୍ରେମରେ ଥିଲେ। ବିବାହ କରିଥାନ୍ତେ। ଏହାପୂର୍ବରୁ ସବୁକିଛି ସରିଯାଇଥିଲା।

ସିଦ୍ଧାର୍ଥ ଚାଲିଯିବାର ଅନେକ ଦିନ ପରେ ଶେହନାଜ ପୁଣିଥରେ ନିଜ କାମକୁ ଫେରିଛନ୍ତି। ନିକଟରେ ତାଙ୍କୁ ଏକ କାର୍ଯ୍ୟକ୍ରମରେ ଦେଖାଯାଇଥିଲା। ଏହି ସମୟରେ ତାଙ୍କ ଫୋନ ଓ୍ବାଲପେପର ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା। କାରଣ ସେଥିରେ ଥିଲା ସିଦ୍ଧାର୍ଥଙ୍କ ହାତ ସହ ତାଙ୍କ ହାତର ଫଟୋ। ଏହାକୁ ଦେଖି ଶେହନାଜଙ୍କ ପ୍ରଶଂସକ ବେଶ ଭାବବିହ୍ବଳ ହେଉଛନ୍ତି।

Share