ବଲିଉଡ୍‌ରେ ଡେବ୍ୟୁ କରିବେ ଶେହନାଜ୍‌

ବିଗ ବସ ୧୩ ପରଠାରୁ ଅଭିନେତ୍ରୀ ଶେହନାଜ ଗିଲ ସବୁଆଡେ ଚର୍ଚ୍ଚାରେ ଅଛନ୍ତି। ଶୋ’ ପରେ ଶେହନାଜ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ବିଗ ବସ୍‌ରେ ଦର୍ଶକଙ୍କ ସହ ଶୋ’ର ହୋଷ୍ଟ ସଲମାନ ଖାନ ମଧ୍ୟ ଶେହନାଜଙ୍କୁ ପସନ୍ଦ କରିଥିଲେ। ଏବେ ପ୍ରଶଂସକମାନେ ତାଙ୍କ ବଲିଉଡ ଡେବ୍ୟୁକୁ ଅପେକ୍ଷା କରିଛନ୍ତି। ଟିଭି ଦୁନିଆରେ ଜଲଓ୍ବା ଦେଖାଇବା ପରେ କରିବା ପରେ ଶେହନାଜ ଏବେ ବଡ ପରଦାରେ ପାଦ ଦେବାକୁ ଯାଉଛନ୍ତି। ସଲମାନ ଖାନଙ୍କ ଫିଲ୍ମ ‘କଭି ଇଦ୍‌, କଭି ଦିଓ୍ବାଲୀ’ରେ ସେ ଡେବ୍ୟୁ କରିବେ ବୋଲି କୁହାଯାଉଛି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ସଲମାନ ୍‌ଏବଂ ପୂଜା ହେଗଡେ ନଜର ଆସିବେ। କେବଳ ଏତିକି ନୁହେଁ, ସଲମାନଙ୍କ ଭିଣୋଇ ଆୟୁଷ ଶର୍ମା ମଧ୍ୟ ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।
ଶେହନାଜ ‘କଭି ଇଦ୍‌, କଭି ଦିଓ୍ବାଲୀ’ରେ ଆୟୁଷଙ୍କ ବିପକ୍ଷରେ ଦେଖିବାକୁ ମିଳିବ, ଯଦିଓ ଶେହନାଜଙ୍କ ଭୂମିକା ଏବଂ ଡେବ୍ୟୁ ବିଷୟରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇ ନାହିଁ। କିନ୍ତୁ ନିକଟରେ ଏକ ପାର୍ଟିରେ ସଲମାନଙ୍କ ସହ ଶେହନାଜ୍‌ଙ୍କୁ ଦେଖିବାକୁ ମିଳିଥିଲା।
ଶେହନାଜ ଗିଲଙ୍କୁ ଦିଲଜିତ ଦୋସାଞ୍ଜଙ୍କ ବିପକ୍ଷରେ ପଞ୍ଜାବୀ ଫିଲ୍ମ ହୌଉସଲା ରଖରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ତାଙ୍କର ଚରିତ୍ର ଏବଂ ଅଭିନୟକୁ ପ୍ରଶଂସକମାନେ ପସନ୍ଦ କରିଥିଲେ।

Share